ନୂଆଦିଲ୍ଲୀ: ଅନଲାଇନ ମାଧ୍ୟମରେ କ୍ୟାବ ସେବା ପ୍ରଦାନକାରୀ କମ୍ପାନୀ ଉବେର 600 କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଛି । କୋରୋନା ସଙ୍କଟ ମଧ୍ୟରେ ଆର୍ଥିକ ଅନିଶ୍ଚିତତା ଲାଗି ରହିଥିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି ।
କୋରୋନା ଭାଇରସ ପ୍ରତିହିତ ପାଇଁ ସମଗ୍ର ଦେଶରେ ଜାରି ଲକଡାଉନ ଯୋଗୁଁ କ୍ଷତି ବଢିବାରେ ଲାଗିଛି । ବିଭିନ୍ନ ସେକ୍ଟର ମାନ୍ଦାବସ୍ଥା ଆଡକୁ ପ୍ରବେଶ କରୁଛି । ଏହି କ୍ରମରେ ଉବେର ଭାରତରେ 600 ଜଣଙ୍କୁ ଚାକିରୀରୁ ବାହାର କରିବାକୁ ଘୋଷଣା କରିଛି । ଛଟେଇ କର୍ମଚାରୀଙ୍କ ସଂଖ୍ୟା ଦେଖିବାକୁ ଗଲେ ଏହା ଉବେରର ମୋଟ କାର୍ଯ୍ୟବଳର 25 ପ୍ରତିଶତ ।
କମ୍ପାନୀ ନିଜ ବିବୃତ୍ତିରେ କହିଛି ଯେ, କୋରୋନା ଭାଇରସ ମହାମାରୀ କାରଣରୁ କମ୍ପାନୀ ଘାଟାରେ ଚାଲିଛି । ଏଥିପାଇଁ କର୍ମଚାରୀଙ୍କୁ ବାହାର କରିବା ଛଡା ଅନ୍ୟ ଉପାୟ ନାହିଁ ।
ତେବେ ଯେଉଁମାନଙ୍କୁ ଛଟେଇ କରାଯାଉଛି ସେମାନଙ୍କୁ କମ୍ପାନୀ 10ରୁ 12 ସପ୍ତାହର ଦରମା ଦେବ । ଏଥସହ ଆସନ୍ତା 6 ମାସ ପାଇଁ ଚିକିତ୍ସା ବୀମା ସୁବିଧା ମଧ୍ୟ ଉପଲବ୍ଧ କରିବ ।
ଗତ କିଛି ସପ୍ତାହରେ ଓଲା, ଜୋମାଟୋ ଓ ସ୍ବିଗି ଭଳି କମ୍ପାନୀ ଛଟେଇ ଘୋଷଣା କରିଛନ୍ତି ।