ETV Bharat / business

ମାରୁତି ସୁଜୁକି ପରେ ନିସାନ ବଢାଇବ ଗାଡି ଦାମ - ଗାଡି ଦାମ

ମାରୁତି ସୁଜୁକି ଦାମ ବୃଦ୍ଧି ଘୋଷଣା ପରେ ନିସାନ ଇଣ୍ଡିଆ ଏହାର କାର ଦାମ ବଢାଇବାକୁ ନେଇଛି ନିଷ୍ପତ୍ତି । ଅଟୋ ନିର୍ମାତା ନିସାନ ଇଣ୍ଡିଆ ମଙ୍ଗଳବାର କହିଛି ଯେ କଞ୍ଚାମାଲ ମୂଲ୍ୟ ବୃଦ୍ଧି ହେତୁ ଆସନ୍ତା ମାସରୁ ଏହାର ସମସ୍ତ ମଡେଲ ଦାମ ବଢାଇବ । ଅଧିକ ପଢନ୍ତୁ..

ମାରୁତି ସୁଜୁକି ପରେ ନିସାନ ବଢାଇବ ଗାଡି ଦାମ
ମାରୁତି ସୁଜୁକି ପରେ ନିସାନ ବଢାଇବ ଗାଡି ଦାମ
author img

By

Published : Mar 23, 2021, 6:01 PM IST

ନୂଆଦିଲ୍ଲୀ: ଏପ୍ରିଲରୁ ଗାଡି କିଣିବା ହେବ ମହଙ୍ଗା । ଦେଶର ସର୍ବବୃହତ୍ତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଦାମ ବୃଦ୍ଧି ଘୋଷଣା ପରେ ନିସାନ ଇଣ୍ଡିଆ ଏହାର କାର ଦାମ ବଢାଇବାକୁ ନେଇଛି ନିଷ୍ପତ୍ତି । ଅଟୋ ନିର୍ମାତା ନିସାନ ଇଣ୍ଡିଆ ମଙ୍ଗଳବାର କହିଛି ଯେ କଞ୍ଚାମାଲ ମୂଲ୍ୟ ବୃଦ୍ଧି ହେତୁ ଆସନ୍ତା ମାସରୁ ଏହାର ସମସ୍ତ ମଡେଲ ଦାମ ବଢାଇବ ।

କମ୍ପାନୀ ଏକ ବିବୃତ୍ତିରେ କହିଛି କି ନିସାନ ଓ ଡେଟସନର ସମସ୍ତ ମଡେଲର ଦାମରେ 2021 ଏପ୍ରିଲ ପହିଲାରୁ ବୃଦ୍ଧି ହେବ । ଯନ୍ତ୍ରାଂଶ ଗୁଡ଼ିକର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି ଏବଂ କମ୍ପାନୀ ଗତ କିଛି ମାସ ମଧ୍ୟରେ ଏହି ବୃଦ୍ଧିକୁ ସୁଧାରିବାକୁ ଚେଷ୍ଟା କରିଛି ।

ନିସାନ ମୋଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାକେଶ ଶ୍ରୀବାସ୍ତବ କହିଛନ୍ତି ଯେ,‘‘ ନିସାନ ଏବଂ ଡେଟସନର ସମସ୍ତ ମଡେଲର ମୂଲ୍ୟ ବୃଦ୍ଧି କରିବାକୁ ଆମେ ବାଧ୍ୟ । ତେବେ ବିଭିନ୍ନ ମଡେଲ ପାଇଁ ଦାମ ବୃଦ୍ଧି ଭିନ୍ନ ରହିବ ଏବଂ ଆମେ ଏହା ପରେ ବି ଭାରତୀୟ ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରୁଛୁ ।

ତେବେ କମ୍ପାନୀ ଏବେ ସୁଦ୍ଧା ସୂଚନା ଦେଇନାହିଁ କି କେଉଁ ମଡେଲ ଦାମ କେତେ ବଢିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.