ETV Bharat / business

କୋରୋନା ଲଢେଇ, ଭାରତକୁ 1.5 ଅରବ ଡଲାର ଦେଲା ଏଡିବି - ଭାରତକୁ 1.5 ଅରବ ଡଲାର ଦେଲା ଏଡିବି

କୋରୋନା ସଙ୍କଟ ମଧ୍ୟରେ ଭାରତକୁ ଏଡିବିର ଆର୍ଥିକ ସହାୟତା । ମହାମାରୀ ପ୍ରତିହିତ ପାଇଁ ଦେଶକୁ 1.5 ଅରବ ଡଲାର ଉପଲବ୍ଧ କରିଛି ଏଡିବି ।

କୋରୋନା ଲଢେଇ, ଭାରତକୁ 1.5 ଅରବ ଡଲାର  ଦେଲା ଏଡିବି

author img

By

Published : Apr 27, 2021, 10:24 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଏସିଆନ ଡେଭଲପମେଣ୍ଟ ବ୍ୟଙ୍କ (ଏଡିବି) ଭାରତକୁ କଲା ଆର୍ଥିକ ସହଯୋଗ । ମହାମାରୀ ପ୍ରତିହିତ ପାଇଁ 1.5 ଅରବ ଡଲାର ଉପଲବ୍ଧ କରିଛି ଏଡିବି । ରୋଗ ରୋକିବାକୁ ଏବଂ ସମାଜର ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ଏହି ଟଙ୍କା ବ୍ୟବହାର କରିବାକୁ ଏଡିବି କହିଛି।

ଏଡିବି ଏକ ବିଜ୍ଞପ୍ତିରେ କହିଛି କି , ମହାମାରୀ ମୁକାବିଲା ପାଇଁ 2020 ଏପ୍ରିଲରେ 26 ଦେଶକୁ 20 ଅରବ ଡଲାର ପ୍ୟାକେଜ ଦେବା ପାଇଁ ସଂସ୍ଥାନ ଘୋଷଣା କରିଥିଲା । ସେହି ବିଜ୍ଞପ୍ତି ଅନୁସାରେ 2020 ଏପ୍ରିଲରେ ଘୋଷିତ ଏଡିବିର 20 ଅରବ ଡଲାର ପ୍ୟାକେଜ ଅଧିନରେ 16.1 ଅରବ ଡଲାର ବିଭିନ୍ନ ଦେଶକୁ ରାଜ୍ୟକୋଷୀୟ ସମର୍ଥନ ପାଇଁ ବିଭିନ୍ନ ଜରିଆରେ ଉପଲବ୍ଧ କରାଯାଇଛି । ମହାମାରୀରୁ ମୁକୁଳିବା ପାଇଁ ଏହି ଟଙ୍କାକୁ ବ୍ୟବହାର ପାଇଁ ଆବଣ୍ଟନ ହୋଇଛି ।

ଏଥିରେ ଭାରତକୁ ବର୍ଷର ଶେଷରେ ଦିଆଯାଇଥିବା 1.5 ଅରବ ଡଲାର ସହାୟତା ସାମିଲ ରହିଛି । ମୋଟ 16.1 ଅରବ ଡଲାରରେ 2.9 ଅରବ ଡଲାର ଘରୋଇ କ୍ଷେତ୍ର ପାଇଁ ଥିଲା । ଏହା ଅଧିନରେ କମ୍ପାନୀଙ୍କୁ ପ୍ରତ୍ୟକ୍ଷ ସହଯୋଗ ସହ ବ୍ୟାପର ଓ ଯୋଗାଣ ଶୃଙ୍ଖଳା ଜରିଆରେ ସହାୟତା ଦିଆଯାଇଛି । ଯେପରି ସେମାନଙ୍କ କାମଧନ୍ଦା ସୂଚାରୂ ରୂପେ ଚାଲିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.