ETV Bharat / business

କୋରୋନା ଲଢେଇ, ଭାରତକୁ 150 କୋଟି ଡଲାର ଋଣ ଦେବ ଏଡିବି - fight COVID-19

ସଙ୍କଟର ଏହି ଘଡିସନ୍ଧି ମୁହୂର୍ତ୍ତରେ ଏଡିବି ଭାରତ ସରକାରଙ୍କ ସହଯୋଗ ପାଇଁ ସମ୍ପର୍ଣ୍ଣ ରୂପେ ପ୍ରତିଶ୍ରୁତିବଦ୍ଧ ରହିଛି । ଅଧିକ ପଢନ୍ତୁ..

ADB
ଭାରତକୁ 150 କୋଟି ଡଲାର ଋଣ ଦେବ ଏଡିବି
author img

By

Published : Apr 28, 2020, 5:29 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଏସିଆନ ଡେଭଲପମେଣ୍ଟ ବ୍ୟଙ୍କ (ଏଡିବି) ଭାରତକୁ 150 କୋଟି ଡଲାର ଋଣ ଦେବାକୁ ମଞ୍ଜୁରୀ ଦେଇଛି । ରୋଗ ରୋକିବାକୁ ଏବଂ ସମାଜର ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ଏହି ଟଙ୍କା ବ୍ୟବହାର କରିବାକୁ ଏଡିବି କହିଛି।

ସଙ୍କଟର ଏହି ଘଡିସନ୍ଧି ମୁହୂର୍ତ୍ତରେ ଏଡିବି ଭାରତ ସରକାରଙ୍କ ସହଯୋଗ ପାଇଁ ସମ୍ପର୍ଣ୍ଣ ରୂପେ ପ୍ରତିଶ୍ରୁତିବଦ୍ଧ ରହିଛି । ଏ ନେଇ ଏଡିବି ଅଧ୍ୟକ୍ଷ ମାତ୍ସୁଗୁ ଅସକାୱା (Masatsugu Asakawa) କହିଛନ୍ତି ଯେ, ‘‘ବଡ ପ୍ୟାକେଜ ମଧ୍ୟରେ ଏହି ଅର୍ଥ ଜରୁରୀକାଳୀନ ସ୍ଥିତିରେ ଦିଆଯାଉଛି । କୋରୋନା ଭାଇରସ ମୁକାବିଲା ନେଇ ଭାରତ ସରକାର ଯେଉଁ ସବୁ ଯୋଜନା ଆଣୁଛନ୍ତି ଆମେ ସେସବୁକୁ ସମର୍ଥନ କରୁଛୁ ।’’

ସମଗ୍ର ବିଶ୍ବରେ କୋରୋନା ଭାଇରସ କବଜା ବଢିବାରେ ଲାଗିଛି । ଭାରତରେ ମଧ୍ୟ ଏଙାର ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉ ମାର୍ଚ୍ଚ 25ରୁ ଜାରି ରହିଛି।ଏଥିପାଇଁ କାମ ଠପ, ଯାତାୟତ ବନ୍ଦ ରହିଛି । ଫଳରେ କୋଟି କୋଟି ଲୋକ ସେମାନଙ୍କ ଜୀବିକା ହରାଉଛନ୍ତି । ଏପରି ସ୍ଥିତିରେ ଏଡିବି ଭାରତ ସହ ରହିଥିବା ପ୍ରତିଶ୍ରୁତି ସରକାରଙ୍କୁ ଆଶ୍ବସ୍ତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.