ETV Bharat / business

2050 ସୁଦ୍ଧା ଦ୍ବିତୀୟ ବୃହତ୍ତ ଅର୍ଥବ୍ୟବସ୍ଥା ହେବ ଭାରତ: ଆଦାନୀ - ଜେପି ମୋର୍ଗନ ଇଣ୍ଡିଆ ସମ୍ମିଳନୀ

1990ରେ ବିଶ୍ବ ଜିଡିପି 38 ଲକ୍ଷ କୋଟି ଡଲାର ଥିଲା । ଯାହାକି 30 ବର୍ଷ ପରେ ଏହା 90 ଲକ୍ଷ କୋଟି ଟଙ୍କା ରହିଛି । ଏହାକୁ ଦେଖିଲେ ଆସନ୍ତା 30 ବର୍ଷରେ ଅର୍ଥାତ 2050ରେ ଜିଡିପି 170 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ଅନୁମାନ ରହିଛି । ସେହି ସମୟ ଯାଏଁ ଭାରତ ଦୁନିଆର ଦ୍ବିତୀୟ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ଥିବା ଦେଶ ହେବ ବୋଲି ଆଶାବାଦୀ ଗୌତମ ଆଗାନୀ ।

2050 ସୁଦ୍ଧା ଦ୍ବିତୀୟ ବୃହତ୍ତ ଅର୍ଥବ୍ୟବସ୍ଥା ହେବ ଭାରତ : ଆଦାନୀ

author img

By

Published : Sep 29, 2020, 6:34 PM IST

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାରକୁ ନେଇ ଅନେକ ସଂସ୍ଥା, ଏଜେନ୍ସି ନକରାତ୍ମକ ମତ ରଖୁଥିଲା ବେଳେ ଏହାକୁ ଖାରଜ କରି ସକରାତ୍ମକ ଟିପ୍ପଣୀ ରଖିଛନ୍ତି ଦିଗ୍ଗଜୟ ଉଦ୍ୟଗପତି ଗୌତମ ଆଦାନୀ । ଆଗାମୀ ଭବିଷ୍ୟତରେ ଅର୍ଥନୀତି ମଜବୁତ ହେବ ଓ ଭାରତ 2050 ସୁଦ୍ଧା ଦିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଦେଶ ହେବ । ଏଥିସହ ବିପୁଳ ବ୍ୟବସାୟ ସୃଷ୍ଟି ସହ ଅନ୍ୟ ସମକକ୍ଷ ଦେଶ ସହ ପ୍ରତିଯୋଗୀତା କରିବା ସ୍ଥିତିରେ ପହଞ୍ଚିବ ।

ଜେପି ମୋର୍ଗନ ଇଣ୍ଡିଆ ସମ୍ମିଳନୀରେ ଉଦବୋଧନ ଦେଇ ଅଦାନୀ ଗ୍ରୁପର ଚେୟାରମ୍ୟାନ କହିଛନ୍ତି କି , ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଗେମ ଚେଞ୍ଜର ପ୍ରମାଣ ହେବ । ମୁଁ ବିନା ଦ୍ବନ୍ଦରେ କହିବାକୁ ଚାହିଁ କି ମୋ ବିାରରେ ଆସନ୍ତା 3 ଦଶରେ ଭାରତ ବିଶ୍ବ ପାଇଁ ବ୍ୟପାର ଦୃଷ୍ଟିରୁ ସବୁଠୁ ବଡ ସୁଯୋଗ ପ୍ରଦାନ କରିବ ।

ଆଦାନୀ କହିଛନ୍ତି କି ଭାରତ ଭୁରାଜନୈତିକ ସ୍ଥିତି ଓ ବଡ ବଜାର ଅନ୍ୟ ସମକକ୍ଷ ଦେଶ ତୁଳନାରେ ସୁଦୃଢ କରିବ । ମହାମାରୀର ଅନ୍ୟ ପାର୍ଶ୍ବରେ ଭାରତରେ ଅଗସର ଦ୍ରୁତ ଗତିରେ ବୃଦ୍ଧି ପାଇବ । ଭାରତ ବଡ ବଜାର ଅଧିକ ନିବେଶକୁ ଆକର୍ଷିତ କରିବ । ଏଣୁ ଜିଡିପି ଆକଳନ କରୁଥିବା ଲୋକଙ୍କ ପାଇଁ କିଛି ପରିସଂଖ୍ୟାନ ଉପରେ ଦୃଷ୍ଟି ଦେବାକୁ ଆଦାନୀ କହିଛନ୍ତି ।

1990ରେ ବିଶ୍ବ ଜିଡିପି 38 ଲକ୍ଷ କୋଟି ଡଲାର ଥିଲା । ଯାହାକି 30 ବର୍ଷ ପରେ ଜିଡିପି 90 ଲକ୍ଷ କୋଟି ଟଙ୍କା ରହିଛି । ଏହାକୁ ଦେଖିଲେ ଆସନ୍ତା 30 ବର୍ଷରେ ଅର୍ଥାତ 2050ରେ ଜିଡିପି 170 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ଅନୁମାନ ରହିଛି । ସେହି ସମୟ ଯାଏଁ ଭାରତ ଦୁନିଆର ଦ୍ବିତୀୟ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ଥିବା ଦେଶ ହେବ ।

ଦେଶର ଆର୍ଥିକ ବୃଦ୍ଧି ହାରରେ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ ତ୍ରୟମାସରେ 23.9 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଏହାର ପ୍ରମୁଖ କାରଣ ହେଉଛି ଲକଡାଉନ । ପୂରା ଆର୍ଥିକ ବର୍ଷ 2020-21 ରେ 4 ଦଶରେ ପ୍ରଥମ ଥର ଅର୍ଥବ୍ୟବସ୍ଥାରେ ହ୍ରାସ ଅନୁମାନ ରହିଛି । ତେବେ ଏହି ସମୟ କ୍ଷଣସ୍ଥାୟୀ । ଆଗକୁ ଭାରତ ଭିତ୍ତିଭିମୂ ମଜବୁତ ରହିଛି ଏଣୁ ଅଭିବୃଦ୍ଧି ହାର ବଢିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.