ETV Bharat / business

କୋରୋନା ପ୍ୟାକେଜ, ‘ଉପକୃତ ହେବେନି ପ୍ରକୃତ ପ୍ରଭାବିତ’ - ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ

ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କୋରୋନା ମୁକାବିଲା ଘୋଷଣାରେ ସନ୍ତୁଷ୍ଟ ନାହାନ୍ତି ପୂର୍ବତନ ଅର୍ଥସଚିବ । କହିଲେ ଏହି ପ୍ୟାକେଜରେ ପ୍ରକୃତ ପ୍ରଭାବିତ ଲୋକଙ୍କୁ ସ୍ଥାନ ମିଳିନି ।

actually affected people did not get space in incentive package said garg
କୋରୋନା ପ୍ୟାକେଜ, ‘ଉପକୃତ ହେବେନି ପ୍ରକୃତ ପ୍ରଭାବିତ’
author img

By

Published : Mar 27, 2020, 3:09 PM IST

ନୂଆଦିଲ୍ଲୀ. କୋରୋନା ମୁକାବିଲା ପାଇଁ ସରକାର ଯେଉଁ 1.7ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଆଣିଛନ୍ତି , ତାହା ପ୍ରକୃତ ପ୍ରଭାବିତଙ୍କ ପାଖରେ ପହଞ୍ଚିପାରିବ ନାହିଁ । ଯେଉଁମାନେ ବାସ୍ତବରେ ଏହି ଲକଡାଉନ ଦ୍ବାରା ପ୍ରଭାବିତ ସେମାନଙ୍କୁ ଏହି ପ୍ୟାକେଜରେ ସ୍ଥାନ ମିଳିନି । ଗୁରୁବାର ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ପୂର୍ବତ୍ତନ ଅର୍ଥ ସଚିବ ସୁବାଷ ଚନ୍ଦ୍ର ଗର୍ଗ ଏନେଇ ମତ ରଖିଛନ୍ତି ।

ଗର୍ଗଙ୍କ କହିବାନୁସାରେ ଏହି କଟକଣା ଦ୍ବାରା ଅସଙ୍ଗଠିତ କ୍ଷେତ୍ରର 8 କୋଟିରୁ ଉଦ୍ଧ୍ବ ୟୁନିଟ ଓ ଓ 10 କୋଟି ଦିନ ମଜୁରିଆ ପ୍ରଭାବିତ ହୋଇଛନ୍ତି । ଆଉ ସେମାନଙ୍କ ପାଇଁ 1 ଲକ୍ଷ କୋଟି ଟଙ୍କାର ସହଯୋଗ ଆବଶ୍ୟକ ରହିଛି ।

ଅର୍ଥମନ୍ତ୍ରୀଙ୍କ ଘୋଷଣାର ଏକ ଟ୍ବିଟ କରି କରି ଗର୍ଗ ଜଣାଇଛନ୍ତି ଯେ, ‘‘ଆଜି ଘୋଷଣା ହୋଇଥିବା ପ୍ୟାକେଜ ସେମାନଙ୍କୁ ସହଯୋଗ କରିବ , ଯେଉଁମାନେ ଚାକିରୀରୁ ବାହାରିଛନ୍ତି । କୋଭିଡ-19 ଓ ପ୍ରତିବନ୍ଧକ ଯୋଗୁଁ ଆର୍ଥିକ ଗତିବିଧି ବିଗିଡିଯାଇଛି । ଆଉ ଏଥିରେ ପ୍ରକୃତ କ୍ଷତି ସହୁଥିବା ଲୋକ ସରକାରଙ୍କ ଏହି ପ୍ରୋତ୍ସାହନ ପ୍ୟାକେଜରେ ସ୍ଥାନ ପାଇନାହାନ୍ତି ।

ଗୁରୁବାର କୋରୋନା ପାଇଁ ସରକାର ଘୋଷଣା କରିଥିବା ପିଏମ ଗରିବ କଲ୍ୟାଣ ପ୍ୟାକେଜରେ 80 କୋଟି ଗରିବ ପରିବାର ପାଇଁ ରାସନ କାର୍ଡରେ 5 କିଲୋ ଗହମ ବା ଚାଉଳ, କିଲେ ଡାଲି ଆସନ୍ତା 3 ମାସ ପର୍ଯ୍ୟନ୍ତ ମାଗଣାରେ ଉପଲବ୍ଧ କରାଯିବ । ଏଭଳି ଭାବେ 8.7 କୋଟି ଚାଷୀଙ୍କ ଖାତାକୁ କିଷାନ ଟଙ୍କା , ଗରିବ ବିଧାବା ମହିଳା, ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ଆଗାମୀ 3 ମାସ ପାଇଁ 1000 ଟଙ୍କାର ଅତିରିକ୍ତ ଭର୍ତ୍ତା ପ୍ରଦାନ କରାଯିବ । ସେହିପରି ମହିଳା ଜନଧନ ଖାତାଧାରୀଙ୍କୁ 500 ଟଙ୍କା ଉଜ୍ଜଳା ହିତାଧାରୀଙ୍କୁ 3 ମାସ ଯାଏଁ ମାଗଣା ଗ୍ୟାସ, ନିମ୍ନ ବେତନଭୋଗୀଙ୍କ 3 ମାସର ଇପିଏଫ ଟଙ୍କା ସହରାର ଜମା କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.