ETV Bharat / business

ଆକ୍ଟ ଅଫ ଗଡ: ଜିଏସଟି ହ୍ରାସକୁ କୋଭିଡ ସହ ଯୋଡିଲେ ଅର୍ଥମନ୍ତ୍ରୀ - ରାଜ୍ୟର ରାଜସ୍ବ ହ୍ରାସ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି ପରିଷଦର 41 ତମ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଅର୍ଥନୀତି ଏବେ ଭଗବାନଙ୍କ ଦ୍ବାରା ଆରମ୍ଭ ବିପତ୍ତିର ସାମ୍ନା କରୁଛି । ଫଳରେ ଅର୍ଥବ୍ୟବସ୍ଥା ସଙ୍କୁଚିତ ହୋଇପାରେ । ଅଧିକ ପଢନ୍ତୁ..

ଆକ୍ଟ ଅଫ ଗଡ
ଆକ୍ଟ ଅଫ ଗଡ
author img

By

Published : Aug 28, 2020, 12:55 PM IST

ନୂଆଦିଲ୍ଲୀ: ଜିଏସଟି ରାଜସ୍ୱ ହ୍ରାସର କ୍ଷତିପୂରଣ ପାଇଁ ରାଜ୍ୟଗୁଡିକ ପାଇଁ କେନ୍ଦ୍ର ଗୁରୁବାର ଜିଏସଟି ପରିଷଦ ସମ୍ମୁଖରେ ଦୁଇଟି ବିକଳ୍ପ ରଖିଛି। ଚଳିତ ଆର୍ଥିକ ବର୍ଷରେ ଜିଏସଟି ଆଦାୟରେ 2.35 ଲକ୍ଷ କୋଟି ଟଙ୍କା ହ୍ରାସ ଆଶଙ୍କା ଅଛି ।

ରାଜ୍ୟର ରାଜସ୍ବ ହ୍ରାସ ଓ ଜିଏସଟି କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସକ୍ଷମ ନୁହେଁ । ଏଥିପାଇଁ 2 ଟି ବିକଳ୍ପ ଦେଇଛି କେନ୍ଦ୍ର । ଗୋଟିଏ କେନ୍ଦ୍ର ଋଣ କରି ରାଜ୍ୟକୁ ଜିଏସଟି କ୍ଷତିପୂରଣ ଦେବ । ଅନ୍ୟଟି ରାଜ୍ୟଗିଡିକ ନିଜେ ଆରବିଆଇ ଠାରୁ ଋଣ ନେବେ । ଆଉ ଏଥିପାଇଁ ମତାମତ ଦେବାକୁ ରାଜ୍ୟକୁ 7 ଦିନ ସମୟ ଦିଆଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି ପରିଷଦର 41 ତମ ବୈଠକ ପରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି କି, ଅର୍ଥନୀତି ଏବେ ଭଗବାନଙ୍କ ଦ୍ବାରା ଆରମ୍ଭ ବିପତ୍ତିର ସାମ୍ନା କରୁଛି । ଫଳରେ ଅର୍ଥବ୍ୟବସ୍ଥା ସଙ୍କୁଚିତ ହୋଇପାରେ ।

କେନ୍ଦ୍ର ଆକଳନ ଅନୁସାରେ ଚଳିତ ଆର୍ଥିକ ବର୍ଷ କ୍ଷତିପୂରଣ ଭାବେ ରାଜ୍ୟକୁ 3 ଲକ୍ଷ କୋଟି ଟଙ୍କାର ଆବଶ୍ୟକ ରହିଛି । ଏଥିରୁ 65,000 କୋଟି ସେସ ଜରିଆରେ ଆସିପାରିବେ । ବାକି 2.35 ଲକ୍ଷ କୋଟି ଟଙ୍କା ପାଇଁ ଆରବିଆଇ ସାହାଯ୍ୟ ମଗାଯାଇପାରିବ ।

ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି କି , ଏହି 2.35 ଲକ୍ଷ କୋଟି ମଧ୍ୟରୁ କେବଳ 97,000 କୋଟି ଜିଏସଟି ଆଦାୟ ହ୍ରାସ ଯୋଗୁଁ ଏବଂ ବାକି କୋରୋନା ମାହାମାରୀ କାରଣରୁ ଅର୍ଥନୀତି ପ୍ରଭାବିତ ହୋଇଛି । ତେବେ କ୍ଷତିପୂରଣ ପାଇଁ ରହିଥିବା ବିକଳ୍ପର ପ୍ରଥମରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ 97,000 କୋଟି ଟଙ୍କାର ସ୍ବତନ୍ତ୍ର ଋଣ ମିଳିବ । ଏହି ଋଣ ଉପରେ ସୁଧ ହାର କମ ରହିବ । 2022 ରେ ଏହି ରଶିର ପୁନଃ ପୈଠ କରାଯିବ । ଅନ୍ୟଟି ହେଉଛି ସମ୍ପୂର୍ଣ୍ଣ 2.35 ଲକ୍ଷ କୋଟି ଟଙ୍କାକୁ ରାଜ୍ୟକୁ ସ୍ବତନ୍ତ୍ର ୱିଣ୍ଡୋ ମାଧ୍ୟମକରେ ପ୍ରଦାନ କରାଯିବ ।

ତେବେ ଏନେଇ ଗୋଟିଏ ବିକଳ୍ପ ଉପରେ ସହମତି ଆସିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ସୀତାରମଣ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.