ETV Bharat / business

ବିଜୟ ପରେ ଫୋକସରେ ବେକାରୀ, 100ଦିନର ପ୍ଲାନ ସହ ମୋଦି ପ୍ରସ୍ତୁତ

ପୁଣି ଥରେ ପ୍ରଧାନମନ୍ତ୍ରୀ ଆସନରେ ବସିବେ ନରେନ୍ଦ୍ର ମୋଦି । 30ରେ ଶପଥ ନେବେ ଓ 31ରେ ମନ୍ତ୍ରିମଣ୍ଡଳ ସହ କରିବେ ବୈଠକ । ଫୋକସରେ ବେକାରୀ ଓ କୃଷି ରହିଥିବା ବେଳେ ଦେଶ ଅର୍ଥନୀତିକୁ ମଜଭୁତ କରିବା ଲକ୍ଷ୍ୟ ଅଛି ।

ଫାଇଲ ଫଟୋ
author img

By

Published : May 28, 2019, 5:25 PM IST

ନୂଆଦିଲ୍ଲୀ: ଆସନରେ ନ ବସୁଣୁ ଆକ୍ସନ ମୁଡରେ ଲୋକପ୍ରିୟ ପିଏମ ନରେନ୍ଦ୍ର ମୋଦି । ପ୍ରସ୍ତୁତ ହେଲାଣି କାର୍ଯ୍ୟକାଳର ପ୍ରଥମ 100 ଦିନର ପ୍ଲାଂନି -ପୋଗ୍ରାମ ସିଡ୍ୟୁଲ । ଫୋକସରେ ରହିଛି ଦେଶର ବଡ ସମସ୍ୟା ବେକାରୀ ଓ କୃଷି । ଆଗକୁ 75 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ କୃଷକଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନା ଲାଗୁ ହେବ ।

ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ ସମସ୍ତ ମନ୍ତ୍ରଣାଳୟକୁ ଆଗୁଆ ଅବଗତ କରାଇ ଦିଆଗଲାଣି । ନିଜର ଓ ନିଜ ବିଭାଗର ପ୍ରାଥମିକତାକୁ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆକ୍ସନ ପ୍ଲାନରେ ପ୍ରଥମେ ମୋଦି ସରକାର ସହ ଜଡିତ ଏଜେଣ୍ଡାକୁ ଆଗକୁ ନେବାକୁ ରଣନୀତି ଚାଲିଛି ।

ସମସ୍ତ ବିଭାଗରେ ଖାଲି ପଡିଥିବା ପଦବୀ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି । 2019, ମେ 30 ସୁଦ୍ଧା ଯେତେ ବି ପଦବୀ ଖାଲି ରହିଛି, ତାହାର ଏକ ତାଲିକା ପ୍ରସ୍ତୁତ କରିବାପାଇଁ । ଏହି ତାଲିକା ପ୍ରସ୍ତୁତ ହେଲାପରେ ସେହି ସବୁ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏବେ ସୁଦ୍ଧା ପାଖାପାଖି 75 ହଜାର ନିଯୁକ୍ତି ବାହାରିଲାଣି । ଏଥିଲାଗି ସରକାର ଷ୍ଟାଫ ସିଲେକ୍ସନ କମିଶନ(SSC) ପରୀକ୍ଷା କରି ଚାକିରି ଦେବାକୁ ଯୋଜନା କରୁଛନ୍ତି ।

ତେବେ ନରେନ୍ଦ୍ର ମୋଦି ମେ 30ରେ ଶପଥ ନେବା ପରେ 31ରେ କ୍ୟାବିନେଟର ପ୍ରଥମ ବୈଠକ ବସିବ । ମୋଦି ସରକାରଙ୍କ 2.0ର ପ୍ରଥମ ପ୍ରାଥମିକତା ଭାରତକୁ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ବନାଇବା । ଏଥିପାଇଁ ପାଖାପାଖି 100 ଲକ୍ଷ କୋଟି ଟଙ୍କା ଆବଶ୍ୟକ ରହିଛି । ଯଦି ସରକାର ଏହି ଟଙ୍କା ଏକଜୁଟ କରନ୍ତି ତେବେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ପରିଣତ ହେବାକୁ ଡେରି ହେବନି । ନଚେତ ଭାରତ ଚୀନ ଅର୍ଥବ୍ୟବସ୍ଥା ଠାରୁ ମଧ୍ୟ ଦୁର୍ଦ୍ଦିନ ଅବସ୍ଥାରେ ପହଞ୍ଚିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

Intro:Body:

dfgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.