ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଗତ 40 ଦିନ ଧରି ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଅର୍ଥବ୍ୟବସ୍ଥା ଠପ, କାରବାର ଗତିବିଧି ବନ୍ଦ ଅଛି । ଫଳରେ ଭାରତ ଅର୍ଥବ୍ୟବସ୍ଥାକୁ ପ୍ରାୟ 320 ଅରବ ଡଲାର କ୍ଷତି ସହିବାକୁ ପଡିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ଏହି କ୍ଷତି ହାରକୁ ଦେଖିଲେ ଭାରତର ଦୈନିକ ଜିଡିପି ପ୍ରାୟ 8 ଅରବ ଡଲାର ହୋଇପାରେ । ଇଙ୍କ 42 ଦ୍ବାରା ପ୍ରସ୍ତୁତ କରାଯାଇଥିବା ଡାଟାଲାବ ରିପୋର୍ଟରେ କୁହାଯାଇଛି ଯେ, ଟ୍ରାଭେଲ ଓ ମୋବିଲିଟି ସେକ୍ଟର ଉପରେ ଲକଡାଉନର ଗଭୀର ପ୍ରଭାବ ପଡିଛି । ଏଥିସହ ଓଲା, ଓୟୋ, ମେକ ମାଇ ଟ୍ରିପ ରାଜସ୍ବରେ ମଧ୍ୟ ବୃହତ୍ତ ହ୍ରାସ ଦେଖାଦେଇଛି ।
ବିଶେଷ କରି ଭାରତୀୟ ଅର୍ଥବ୍ୟବସ୍ଥାର ମୂଳଦୁଆ କୁହାଯାଉଥିବା କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ସେକ୍ଟରଗୁଡିକର କ୍ଷୁଦ୍ର କଳକାଖାନା ସବୁ ବନ୍ଦ କରିବାକୁ ପଡିଛି । ଏଥିସହ ସେମାନଙ୍କୁ ବହୁତ କମ ଶ୍ରମଶକ୍ତି ସହ କାମ କରିବାକୁ ପଡୁଛି । ଏଥିପାଇଁ ଏମଏସଏମଇ ସେକ୍ଟରକୁ ଗଭୀର କ୍ଷତି ସହିାକୁ ପଡୁଛି ।
ସେହିଭଳି ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ଯୋଗୁଁ ବିନିର୍ମାଣ ମଧ୍ୟ ପ୍ରଭାବିତ ହୋଇଛି ।