ETV Bharat / business

ଚାକିରୀଆ ସତର୍କ, ପାନ ଓ ଆଧାର ତଥ୍ୟ ନଦେଲେ କଟିବ ଦରମା - deduct income tax at 20%

ବେତନଭୋଗୀ ସତର୍କ। ଆପଣ କାମ କରୁଥିବା କମ୍ପାନୀରେ ଜଲଦି, ପୈଠ କରନ୍ତୁ ପାନ ଓ ଆଧାର ତଥ୍ୟ । ନଚେତ ଆପଣ ବାର୍ଷିକ ଦରମାରୁ 20% କଟିବ TDS।

20% TDS If Employee Does Not Shares PAN Or Aadhaar
ଚାକିରୀଆ ସତର୍କ, ପାନ ଓ ଆଧାର ତଥ୍ୟ ନ ଦେଲେ କଟିବ ଦରମା
author img

By

Published : Jan 25, 2020, 4:26 PM IST

ନୂଆଦିଲ୍ଲୀ: ବେତନଭୋଗୀ ସତର୍କ। ଆପଣ କାମ କରୁଥିବା କମ୍ପାନୀରେ ଜଲଦି, ପୈଠ କରନ୍ତୁ ପାନ ଓ ଆଧାର ତଥ୍ୟ। ନଚେତ ଆପଣଙ୍କୁ ଭୋଗିବାକୁ ପଡିପାରେ ବହୁ ସମସ୍ୟା।

ଯଦି ଆପଣଙ୍କ ଦରମା ବାର୍ଷିକ 2.5 ଲକ୍ଷ ଟଙ୍କାରୁ ଅଧିକ, ଆଉ ଆପଣ ନିଜ କମ୍ପାନୀକୁ ପାନ ଓ ଆଧାର ତଥ୍ୟ ଦେଇନାହାଁନ୍ତି, ଦରମାର 20 ପ୍ରତିଶତ ଟିଡିଏସ(Tax Deducted at Source)ଆକାରରେ କଟାଯିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଏନେଇ ସର୍କୁଲାର ଜାରି କରାଯାଇଛି।

ପୂର୍ବରୁ ଟ୍ୟାକ୍ସ ସମ୍ବନ୍ଧୀୟ କାମରେ କେବଳ ପାନ ହିଁ ଗ୍ରହଣ କରାଯାଉଥିଲା। ହେଲେ ଏବେ ଗତ ବର୍ଷ ସରକାର କହିଛନ୍ତି ଯେ, ଯଦି କାହା ପାଖରେ ପାନ ନଥିବ ତେବେ ଆଧାର ନମ୍ବରର ମଧ୍ୟ ବ୍ୟବହାର କରାଯାଇପାରିବ। ଏଣୁ ଏହି ନୂଆ ନିୟମରେ ଆଧାର ନମ୍ବର ମଧ୍ୟ ସାମିଲ ରହିଛି।

ପ୍ରକାଶ ଯେ, ଆୟକର ଆଇନର ଧାରା 206-ଏଏ ଅନୁସାରେ କର୍ମଚାରୀ ସେମାନଙ୍କ ପାନ ଓ ଆଧାର ତଥ୍ୟକୁ ନିଯୁକ୍ତି ପ୍ରଦାନକାରୀ କମ୍ପାନୀ ଦାଖଲ କରିବା ବାଧ୍ୟତାମୂଳକ। ଯଦି କର୍ମଚାରୀ ଏଥିରେ ଖିଲାପ କରନ୍ତି, କମ୍ପାନୀ ଚାହିଁଲେ ଦରମାରୁ ଟିଡିଏସ ବାବଦକୁ 20 ପ୍ରତିଶତ କାଟିପାରିବେ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.