ETV Bharat / business

ରାଷ୍ଟ୍ରପତିଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ରିପୋର୍ଟ ପ୍ରଦାନ, ଫୋକସରେ ରାଜ୍ୟର ଭାଗ

author img

By

Published : Nov 9, 2020, 4:24 PM IST

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ବଳ ଆବଣ୍ଟନ କିପରି ଓ କେତେ ପରିମାଣରେ ହେବ । ସେ ନେଇ ସୁପାରିଶ କରିଥିବା ଆୟୋଗର ରିପୋର୍ଟ ବଜେଟ ଉପସ୍ଥାପନ ବେଳେ ଜଣାପଡିବ । ଅଧିକ ପଢନ୍ତୁ...

ରାଷ୍ଟ୍ରପତିଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ରିପୋର୍ଟ ପ୍ରଦାନ, ଫୋକସରେ ରାଜ୍ୟର ଭାଗ
ରାଷ୍ଟ୍ରପତିଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ରିପୋର୍ଟ ପ୍ରଦାନ, ଫୋକସରେ ରାଜ୍ୟର ଭାଗ

ନୂଆଦିଲ୍ଲୀ: ଏନ.କେ.ସିଂଙ୍କ ନେତୃତ୍ବରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ 2021-22 ରୁ ନେଇ 2025-26 ପର୍ଯ୍ୟନ୍ତ ଏହାର ରିପୋର୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଦାଖଲ କରିଛି । ଗତ ମାସ ଶେଷରେ ବିଚାର ବିମର୍ଶ କରି ଏହି ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କୁ ପ୍ରଦାନ ପାଇଁ ସମୟ ଲୋଡିଥିଲା ଆୟୋଗ । ରାଷ୍ଟ୍ରପତିଙ୍କ ଦ୍ବାରା ଗଠିତ ପଞ୍ଚଦଶ ଅର୍ଥ ଆୟୋଗର ଅନ୍ୟ ସଦସ୍ୟ ମଧ୍ୟରେ ଅଜୟ ନାରାୟଣ ଝା, ପ୍ରଫେସର ଅନୁପ ଝା, ଡକ୍ଟର ଅଶୋକ ଲାହିରି ଏବଂ ଡକ୍ଟର ରମେଶ ଚାନ୍ଦ ସଦସ୍ୟ ରହିଛନ୍ତି । ତେବେ ଚଳିତ ମାସରେ ଏହି ରିପୋର୍ଟର ଏକ ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଆୟୋଗ ପ୍ରଦାନ କରିବ ।

2021-22 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ସମୟରେ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରିବେ । ଏହି ରିପୋର୍ଟରେ ଆସନ୍ତା 5 ଆର୍ଥିକ ବର୍ଷ ପାଇଁ ସୁପାରିଶ କରାଯାଇଛି ।

ରିପୋର୍ଟ ଉପରେ ସମସ୍ତଙ୍କ ନଜର

ଆର୍ଥିକ ବର୍ଷ 2020-21 ପାଇଁ ପଞ୍ଚଦଶ ଅର୍ଥ ଆୟୋଗର ରିପୋର୍ଟ 2019 ଡିସେମ୍ବରରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା । ଯାହାକୁ ସରକାର ଆକ୍ସନ ଟେକେନ ରିପୋର୍ଟ ସହ ସଂସଦରେ ଉପସ୍ଥାପନ କରିଥିଲେ । ଆୟୋଗ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାର, ସ୍ଥାନୀୟ ୟୁନିଟ, ଗତ ଆର୍ଥିକ ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟ, ପରାମର୍ଶଦାତା ପରିଷଦ, ବିଶେଷଜ୍ଞ ଓ ଅନେସ ନାମୀଦାମୀ ସଂସ୍ଥାନ ସହ ବ୍ୟାପକ ବିଚାର ବିମର୍ଶ ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ମହାମାରୀ ମାଡରେ ଯେବେ ଦେଶର ସମସ୍ତ ସାଧନ ପ୍ରଭାବିତ ହୋଇ ସଙ୍କୁଚିତ ହୋଇଯାଇଛି, ସରକାରୀ ଖର୍ଚ୍ଚ ବଢିଛି । ଏଥିସହ ରାଜସ୍ବରେ ହ୍ରାସ ଦେଖାଦେିଛି । ସମସ୍ତ ନଜର ଏବେ ଏହା ଉପରେ ରହିଛି କି 15 ଦଶ ଅର୍ଥ ଆୟୋଗର ରିପୋର୍ଟରେ କେତେ ରାଜ୍ୟର ଭାଗ ରହିଛି । ଏହା ପୂର୍ବରୁ ଚତୁର୍ଦ୍ଦଶ ଅର୍ଥ ଆୟୋଗ ଦେଶର 29ଟି ରାଜ୍ୟକୁ 10 ପ୍ରତିଶତ ବଦଳରେ 42 ପ୍ରତିଶତ ସମ୍ବଳ ଆବଣ୍ଟନ ପାଇଁ ସୁପାରିଶ କରିଥିଲା । ହେଲେ ପଞ୍ଚଦଶ ଅର୍ଥ ଆୟୋଗ 2020-21 ଆର୍ଥିକ ବର୍ଷ ପାଇଁ ପ୍ରଦାନ କରିଥିବା ପ୍ରଥମ ରିପୋର୍ଟରେ ରାଜ୍ୟଗୁଡିକର ଟିକସ ଭାଗକୁ 41 ପ୍ରତିଶତକୁ କମାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.