ETV Bharat / business

ସୀତାରମଣଙ୍କୁ 2020-21 ରିପୋର୍ଟ ଦେଲା ଅର୍ଥ ଆୟୋଗ

author img

By

Published : Dec 7, 2019, 2:04 PM IST

ଦେଶର ଅର୍ଥନୀତିକୁ ସୁଦୃଢ ପାଇଁ ପରାମର୍ଶ ରିପୋର୍ଟ ଦେଇଛି ପଞ୍ଚଦଶ ଅର୍ଥ ଆୟୋଗ । ଗୁରୁବାର ରାଷ୍ଟ୍ରପତିଙ୍କୁ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନ.କେ ସିହ୍ନା ରିପୋର୍ଟ ଦେଇଥିବାବେଳେ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଏ ନେଇ ରିପୋର୍ଟ ପ୍ରଦାନ କରିଛନ୍ତି ।

15th finance commission gave sitharaman report for 2020-21
ସୀତାରମଣଙ୍କୁ 2020-21 ରିପୋର୍ଟ ଦେଲା ଅର୍ଥ ଆୟୋଗ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କୁ 2020-21 ଆର୍ଥିକ ବର୍ଷର ରିପୋର୍ଟ ପ୍ରଦାନ କରିଛି ପଞ୍ଚଦଶ ଅର୍ଥ ଆୟୋଗ । ଏନ. କେ. ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଗ ଗୁରୁବାର ରାଷ୍ଟ୍ରପତିଙ୍କୁ ଏହି ରିପୋର୍ଟ ଦେଇଥିଲେ ।

ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ କରି କହିଛନ୍ତି ଯେ, ‘ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିହ୍ନା ଅନ୍ୟ ସଦସ୍ୟ ତଥା ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି । ଏଥିସହ ତାଙ୍କୁ 2020-21ର ଆୟୋଗ ରିପୋର୍ଟ ଦେଇଛନ୍ତି ।

15th finance commission gave sitharaman report for 2020-21
ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଅର୍ଥ ଆୟୋଗ ସଦସ୍ୟ

ସମ୍ବିଧାନର ଅନୁଚ୍ଛେଦ 280 ଅନୁଯାୟୀ 2017 ମସିହା ନଭେମ୍ବର 27ରେ ପଞ୍ଚଦଶ ଆୟୋଗର ଗଠନ କରାଯାଇଛି । 2020 ମାର୍ଚ୍ଚ 31ରୁ 2025 ପର୍ଯ୍ୟନ୍ତ ପରାମର୍ଶ ଦେବା ପାଇଁ ଆୟୋଗକୁ ଦାୟିତ୍ବ ଦିଆଯାଇଥିଲା । ରାଷ୍ଟ୍ରପତି ଅଧିସୂଚନା ଆୟୋଗ ସମ୍ବନ୍ଧରେ ବିସ୍ତୁତ ତଥ୍ୟରେ ଏ ନେଇ ସବିଶେଷ ବର୍ଣ୍ଣନା କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.