ETV Bharat / business

2022 ସୁଦ୍ଧା ବିଶ୍ବ ସ୍ତରରେ 13.3 କୋଟି ନିଯୁକ୍ତି ମିଳିବ: ରିପୋର୍ଟ

ଏକାଡେମିକ ସ୍ତରରେ ଯାହା ପ୍ରସ୍ତୁତ ହେଉଛି ଏବଂ ଶିଳ୍ପ ଯାହା ଚାହୁଁଛି , ସେ ମଧ୍ୟରେ ବଡ଼ ପାର୍ଥକ୍ୟ ଅଛି। ଏଭଳି ପରିସ୍ଥିତିରେ ଯୁବପୀଢିଙ୍କୁ ଟେକ୍ନୋଲୋଜିରେ ଉଦୀୟମାନ କରିବା ପାଇଁ ପ୍ରଚେଷ୍ଠା ଜରୁରୀ । ଫଳରେ ନିଯୁକ୍ତି ବୃଦ୍ଧି ହେବ । ଅଧିକ ପଢନ୍ତୁ..

author img

By

Published : Jul 15, 2020, 3:48 PM IST

13.3 Crore Jobs Will Be Available Globally By 2022 Report

ନୂଆଦିଲ୍ଲୀ: 2022 ସୁଦ୍ଧା ବୈଶ୍ବିକ ସ୍ତରରେ 13.3 କୋଟି ନିଯୁକ୍ତି ଉପଲବ୍ଧ ହେବ । ଯେଉଁଥିରେ ମାନବ ପ୍ରୟାସ, ମେସିନ ଓ ଆଲ୍ଗୋରିଦମ ସହ ଜଡିତ ଚାକିରୀ ସାମିଲ ରହିବ । ମଙ୍ଗଳବାର ଏକ ଅଣ-ଲାଭକାରୀ ସଂସ୍ଥା ଏହି ସୂଚନା ଦେଇଛନ୍ତି।

ଏହାସହ ଭାରତର ଯୁବକମାନଙ୍କ ପାଇଁ ଡିଜିଟାଲ ଏବଂ ଇଂରାଜୀ ସାକ୍ଷରତା ବୃଦ୍ଧି ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି।

ସଂଗଠନ କହିଛି ଯେ ଏକାଡେମିକ ସ୍ତରରେ ଯାହା ପ୍ରସ୍ତୁତ ହେଉଛି ଏବଂ ଶିଳ୍ପ ଯାହା ଚାହୁଁଛି , ସେ ମଧ୍ୟରେ ବଡ଼ ପାର୍ଥକ୍ୟ ଅଛି। ଏଭଳି ପରିସ୍ଥିତିରେ ଯୁବପୀଢିଙ୍କୁ ଟେକ୍ନୋଲୋଜିରେ ଉଦୀୟମାନ କରିବା ପାଇଁ କୃତ୍ରିମ ବୁଦ୍ଧି, ଯନ୍ତ୍ର ଜ୍ଞାନ, ସବୁଜ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ର ଭଳି ଆବଶ୍ୟକତା ଅନୁଯାୟୀ ଦକ୍ଷତା ପ୍ରଦାନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅଣ ସରକାରୀ ସଙ୍ଗଠନ (ଏନଜିଓ) ୱାଧୱାନ ଫାଉଣ୍ଡେସନ ପକ୍ଷରୁ ବିଶ୍ବ ଯୁବ କୌଶଳ ଦିବସରେ ଏହି ମନ୍ତବ୍ୟ ଦିଆଯାଇଛି । ଯୁବ ପୀଢିଙ୍କ ମଧ୍ୟରେ ଦକ୍ଷତା ବିକାଶର ଆବଶ୍ୟକତାକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଜାତିସଂଘ ଦ୍ୱାରା ଏହି ଦିନ ପାଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.