ETV Bharat / budget-2019

ବଜେଟ: କଣ ରହିଛି ବିଭିନ୍ନ ବର୍ଗର ଲୋକଙ୍କ ଆଶା, ଶୁଣନ୍ତୁ

author img

By

Published : Jun 27, 2019, 10:17 PM IST

ରାତି ପାହିଲେ ଆସିବ 2019-20 ଆର୍ଥୀକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ବଜେଟକୁ ନେଇ ରାଜ୍ୟବାସୀ ଅନେକ କିଛି ଆଶା କରିଥିବା ବେଳେ କ’ଣ ରହିଛି ଅର୍ଥମନ୍ତ୍ରୀଙ୍କ ପେଡିରେ... ତାକୁ ନେଇ ଏବେ ଲାଗିରହିଛି ଚର୍ଚ୍ଚା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାତି ପାହିଲେ ଆସିବ ନବୀନ ସରକାରଙ୍କ ପଞ୍ଚମ ଇନିଂସର ପ୍ରଥମ ବଜେଟ । ନିର୍ବାଚନ ପରର ଏହି ବଜେଟ ଉପରେ ରହିଛି ସମସ୍ତଙ୍କ ନଜର । ତେବେ କେତେ ଲୋକାଭିମୁଖୀ ହେବ ପୂର୍ଣ୍ଣାଙ୍ଗ ବଜେଟ ? କାହା ଉପରେ ଫୋକସ କରିବେ ସରକାର ? ଫନି ମାଡରେ ଭାଙ୍ଗିପଡିଥିବା ବିପନ୍ନଙ୍କ ପାଇଁ ଆସିବ କି ସ୍ବତନ୍ତ୍ର ପ୍ୟାକେଜ ? ନବୀନଙ୍କ ପ୍ରତିଶ୍ରୁତି ପୂରଣ କରିବ କି ଏହି ବଜେଟ ? ଏମିତି କେତେ କଣ ପ୍ରଶ୍ନ ବର୍ତ୍ତମାନ ଉଙ୍କି ମାରୁଛି ସଭିଙ୍କ ମନରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶିକ୍ଷା, କୃଷି, ଜଳସେଚନ, ନିଯୁକ୍ତି, ମୁଦ୍ରାସ୍ପୀତି, ଜିଏସଟି ଆଦି ପ୍ରତ୍ୟେକଟି ଦିଗର ବିକାଶ ପାଇଁ ରାଜ୍ୟବାସୀଙ୍କ ମନରେ ରହିଛି ଅମାପ ଆଶା ଆକାଂକ୍ଷା । ତେବେ ଶିକ୍ଷାର୍ଥୀ ଠାରୁ ବ୍ୟବସାୟୀ ଏ ନେଇ କ’ଣ ଆଶା ରଖିଛନ୍ତି ? କିଛିଦିନ ତଳେ ସରକାର ବଜେଟ ପ୍ରସ୍ତୁତି ପାଇଁ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପରାମର୍ଶ ଲୋଡିଥିଲେ ।

ତେବେ ରାଜ୍ୟ ପେଟ୍ରୋଲ ପମ୍ପ ବ୍ୟବସାୟୀ ମହାସଂଘର ସଭାପତି ସଞ୍ଜୟ ଲାଠ କହିଛନ୍ତି, ରାଜ୍ୟରେ ପେଟ୍ରୋଲଓ ଡିଜେଲର ବ୍ୟାପକ ବ୍ୟବହାର ହେଉଛି । କିନ୍ତୁ ଏହି ଦୁଇଟି ଦ୍ରବ୍ୟରେ ଜିଏସଟି ଲାଗିନଥିବାରୁ ଦର ନିୟନ୍ତ୍ରଣ ରହୁନାହିଁ । ଫଳରେ ବିଭିନ୍ନ ସମୟରେ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ତେବେ ଏହା ଉପରେ ଟିକସ ପରିମାଣ କମ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଏହାସହ ରାଜ୍ୟ ବ୍ୟବସାୟୀ ସଂଘର ସଭାପତି କହିଛନ୍ତି, ଆମେ ପ୍ରାୟ 9ଟି ପ୍ରସ୍ତାବ ଦେଇଛୁ । ଗତ ବାତ୍ୟା ସମୟରେ ରାଜ୍ୟର 5ଟି ଜିଲ୍ଲାର ବ୍ୟବସାୟୀଙ୍କ 2ହଜାରରୁ 22ଶହ କୋଟି ଟଙ୍କା କ୍ଷତି ହୋଇଛି । ଛୋଟ ବ୍ୟବସାୟୀଙ୍କୁ ବଜେଟରେ ଆର୍ଥୀକ ସହାୟତା ଯୋଗାଇଦେବାକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ସଂଘ ସଭାପତି । ଏହାସହ ଯେଉଁ ବ୍ୟବସାୟୀ ମାନଙ୍କର ଇନସ୍ୟୁରାନ୍ସ ଅଛି ସେମାନଙ୍କୁ କମ୍ପାନୀ ମାନେ ବହୁତ ହଇରାଣ କରୁଛନ୍ତି । ଯେଉଁଥିପାଇଁ ସେମାନେ ଏବେ ଆର୍ଥୀକ ସଂକଟ ଦେଇଗତି କରୁଛନ୍ତି । ତେଣୁ କିଛି ବୁଝାମଣା କରି ସେମାନଙ୍କୁ କିଛି ଟଙ୍କା ଦିଆଯାଉ ।

ଅନ୍ୟପଟେ ସରକାରଙ୍କ ଏହି ବଜେଟରୁ ଛାତ୍ରଛାତ୍ରୀ ମାନେ ମଧ୍ୟ ଅନେକ କିଛି ଆଶା ରଖିଛନ୍ତି । ଶିକ୍ଷା କ୍ଷେତ୍ରରେ ଅତିକମରେ ବଜେଟର 6 ପ୍ରତିଶତ ଖର୍ଚ୍ଚ କରାଯାଉ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଅଧିକ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତ କରାଯାଉ ବୋଲି କହିଛନ୍ତି ସଞ୍ଜୟ ମାଲିକ ।

ସେହିପରି ରାଜ୍ୟରେ ଶିକ୍ଷା କ୍ଷେତ୍ରର ଭିତ୍ତିଭୂମି ଭାଙ୍ଗିପଡିଛି । ଏହାସହ ଫନି ପରେ ଛୋଟ ଛୋଟ କ୍ଷୁଦ୍ରଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଯାହା ଦ୍ବାରା ଏହି ଦୁଇଟି କ୍ଷେତ୍ରକୁ ବଜେଟରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଆଇନ ଛାତ୍ର ଅମ୍ଭ୍ରିଷ ମଙ୍ଗରାଜ ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Intro:Body:

fsfds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.