ମାଲକାନଗିରି: ଶୁକ୍ରବାର ଲୋକସଭାରେ ଆଗତ ହୋଇଛି ବଜେଟ-2019 । ଦେଶର ପ୍ରଥମ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବା ପରେ ବିଭିନ୍ନ ମହଲରୁ ଛୁଟୁଛି ପ୍ରତିକ୍ରିୟା । ଏନେଇ ଶୁଣନ୍ତୁ ମାଲକାନିଗିରିରେ କ’ଣ ରହିଛି ବଜେଟ-2019କୁ ନେଇ ପ୍ରତିକ୍ରିୟା ।
ବୁଦ୍ଧିଜୀବୀଙ୍କ କହିବା ମୁତାବକ ଆଗତ ହୋଇଥିବା ବଜେଟରେ ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ଗୁରୁତ୍ବ ଦିଆଯାଉଥିବା ବେଳେ ମଧ୍ୟମ ତଥା ଶ୍ରମିକ ଶ୍ରେଣୀଙ୍କ ଲୋକଙ୍କୁ ଅଣଦେଖା କରାଯାଇଛି । ସେହିପରି ଏହି ବଜେଟ ନିର୍ବାଚନୀ ନାରାର ସମ୍ପୂର୍ଣ୍ଣ ବିପରୀତ ପ୍ରତିଫଳନ । ନା ରାଜସ୍ବ ଅର୍ଥ ନା କେନ୍ଦ୍ର ଅର୍ଥକୁ ବ୍ୟବହାର କରାଯାଉଛି ।
ସେହିପରି ଅର୍ଥନୈତିକ ବିଶେଷଜ୍ଞଙ୍କ କହିବା ମୁତାବକ ଏହା ଧନୀଙ୍କୁ ଅଧିକ ଧନୀ କରିବ ଓ ଗରିବଙ୍କୁ ଅଧିକ ଗରିବ କରିବ । ପେଟ୍ରୋଲ ଓ ଡିଜେଲ ସମେତ ବିଜୁଳି, ଏଗ୍ରିକଲ୍ଚର ତଥା ସମସ୍ତ କ୍ଷେତ୍ରରେ ଟ୍ୟାକ୍ସର ବୃଦ୍ଧି ହୋଇଛି । ଯାହା ସାଧାରଣ ଲୋକ ତଥା ମଧ୍ୟବିତ୍ତଙ୍କ ପାଇଁ ଫଳପ୍ରଦ ନୁହେଁ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ