ETV Bharat / briefs

ବିଶ୍ବ ରୋଗୀ ସୁରକ୍ଷା ଦିବସ: ସ୍ବାସ୍ଥ୍ୟକର୍ମଚାରୀଙ୍କ ସୁରକ୍ଷାରେ ରୋଗୀର ନିରପତ୍ତା - ସ୍ବାସ୍ଥ୍ୟକର୍ମଚାରୀଙ୍କ ସୁରକ୍ଷାରେ ରୋଗୀର ନିରପତ୍ତା

ରୋଗୀର ନିରାପତ୍ତାକୁ ବିଶ୍ବର ସ୍ବାସ୍ଥ୍ୟ ପ୍ରାଥମିକତା ଭାବରେ ସ୍ବୀକୃତି ଦେଇ, ସମସ୍ତ 194 ବିଶ୍ବସ୍ବାସ୍ଥ୍ୟ ସଦସ୍ୟ ରାଷ୍ଟ୍ର 72 ତମ ବିଶ୍ବ ସ୍ବାସ୍ଥ୍ୟ ସଭାରେ ମେ 2019 ରେ ବିଶ୍ବ ରୋଗୀ ସୁରକ୍ଷା ଦିବସକୁ ପ୍ରତିଷ୍ଠାକୁ ପ୍ରତିବର୍ଷ 17 ସେପ୍ଟେମ୍ବରରେ ପାଳନ କରିବାକୁ ସମର୍ଥନ କରିଥିଲେ।

ସ୍ବାସ୍ଥ୍ୟକର୍ମଚାରୀଙ୍କ ସୁରକ୍ଷାରେ ରୋଗୀର ନିରପତ୍ତା

author img

By

Published : Sep 17, 2020, 9:00 AM IST

ହାଇଦ୍ରାବାଦ: ସ୍ବାସ୍ଥ୍ୟ ଚିକିତ୍ସାର ଅନୁସନ୍ଧାନ ଓ ଚିକିତ୍ସା ପ୍ରକ୍ରିୟା ସମୟରେ ରୋଗୀର କୌଣସି କ୍ଷତି ରୋକିବାକୁ ରୋଗୀର ନିରାପତ୍ତା ଅନ୍ତର୍ଭୁକ୍ତ । ରୋଗୀର ନିରାପତ୍ତାକୁ ବିଶ୍ବର ସ୍ବାସ୍ଥ୍ୟ ପ୍ରାଥମିକତା ଭାବରେ ସ୍ବୀକୃତି ଦେଇ, ସମସ୍ତ 194 ବିଶ୍ବସ୍ବାସ୍ଥ୍ୟ ସଦସ୍ୟ ରାଷ୍ଟ୍ର 72 ତମ ବିଶ୍ବ ସ୍ବାସ୍ଥ୍ୟ ସଭାରେ ମେ 2019 ରେ ବିଶ୍ବ ରୋଗୀ ସୁରକ୍ଷା ଦିବସକୁ ପ୍ରତିଷ୍ଠାକୁ ପ୍ରତିବର୍ଷ 17 ସେପ୍ଟେମ୍ବରରେ ପାଳନ କରିବାକୁ ସମର୍ଥନ କରିଥିଲେ।

ବିଶ୍ବ ରୋଗୀ ସୁରକ୍ଷା ଦିବସର ଉଦ୍ଦେଶ୍ୟ ହେଉଛି ଜନସଚେତନତା ଏବଂ ଯୋଗଦାନ । ବିଶ୍ବ ସ୍ତରୀୟ ବୁଝାମଣାକୁ ବୃଦ୍ଧି କରିବା ଏବଂ ରୋଗୀର ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ବସ୍ତରୀୟ ଏକତା ଏବଂ କାର୍ଯ୍ୟକୁ ଉତ୍ସାହିତ କରିବା ଏହାର ମୂଳ ଲକ୍ଷ୍ୟ । ସ୍ବାସ୍ଥ୍ୟ ଚିକିତ୍ସା ପ୍ରକ୍ରିୟାରେ ସ୍ବଚ୍ଛ ନୀତି, ସାଂଗଠନିକ ନେତୃତ୍ବ କ୍ଷମତା, ନିରାପତ୍ତା ଉନ୍ନତି, କୁଶଳୀ ସ୍ବାସ୍ଥ୍ୟ ସେବା ଆଦିରେ ରୋଗୀଙ୍କର ପ୍ରଭାବଶାଳୀ ଯୋଗଦାନ, ସ୍ବାସ୍ଥ୍ୟ ସେବାର ନିରାପତ୍ତାରେ ନିରନ୍ତର ତଥା ମହତ୍ତ୍ବପୂର୍ଣ ଉନ୍ନତି ନିଶ୍ଚିତ କରିବା ପାଇଁ ଆବଶ୍ୟକ ।

ରୋଗୀ ସୁରକ୍ଷା ସମସ୍ୟା:

ଡାଇଗ୍ନୋଷ୍ଟିକ୍ ତ୍ରୁଟି-ଭୁଲ କିମ୍ବା ଅଜାଣତରେ ବିଳମ୍ବିତ ନିରାକରଣ ସ୍ବାସ୍ଥ୍ୟ ଯତ୍ନ-ପ୍ରାପ୍ତ ସଂକ୍ରମଣ: ଏଗୁଡିକ ହେଉଛି ତ୍ରୁଟି ଯାହା ରୋଗୀର ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ଘଟିଥାଏ ।

ଔଷଧ ତ୍ରୁଟି - ଯେତେବେଳେ ଜଣେ ରୋଗୀ ଭୁଲ ଔଷଧ ପାଆନ୍ତି, କିମ୍ବା ଯେତେବେଳେ ସେ ସଠିକ୍ ଔଷଧ ଗ୍ରହଣ କରନ୍ତି କିନ୍ତୁ ଭୁଲ୍ ମାତ୍ରାରେ, ସେତେବେଳେ ସମସ୍ୟା ଉପୁଜିଥାଏ ।

ରିଡମିସନ୍- ରିଡମିସନ୍ ହେଉଛି ଯେତେବେଳେ ଜଣେ ରୋଗୀ ଡିସଚାର୍ଜ ହେବାର 30 ଦିନ ପରେ ବି ଡାକ୍ତରଖାନାକୁ ଆସିବାକୁ ପଡେ ।

ଭୁଲ-ସାଇଟ୍ ସର୍ଜରୀ- ଭୁଲ-ସାଇଟ୍ ସର୍ଜରୀ ଅର୍ଥ ଶରୀରର ଭୁଲ ଅଙ୍ଗରେ କିମ୍ବା ଭୁଲ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ଅପରେସନ୍ ଯୋଗାଯୋଗ- ରୋଗୀ ଏବଂ ଡାକ୍ତରଙ୍କ ମଧ୍ୟରେ ସଠିକ୍ ଯୋଗାଯୋଗ

2020 ଥିମ୍-

କୋଭିଡ-19 ମହାମାରୀ ସମୟରେ ଡାକ୍ତର, ନର୍ସ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ତଥାପି ସମସ୍ତେ ସେମାନଙ୍କର ଉଦ୍ୟମ ଏବଂ ଅବଦାନକୁ ପ୍ରଶଂସା କରନ୍ତି ନାହିଁ । ଏହି ମହାମାରୀର ଆରମ୍ଭରୁ, ହେଡଲାଇନରେ ସ୍ବାସ୍ଥ୍ୟସେବା କର୍ମଚାରୀମାନେ ସଂକ୍ରମଣର ଶିକାର ହେଉଥିବା ଖବର ଚିନ୍ତଜନକ ଥିଲା ।

ମେକ୍ସିକୋରେ ନର୍ସ ଓ ଡାକ୍ତରଙ୍କ ଉପରେ ଅଣ୍ଡାମାଡ ସହ ଶାରୀରିକ ନିର୍ଯାତନା ଦିଆଯାଇଛି। ଫିଲିପାଇନ୍ସରେ ଜଣେ ନର୍ସଙ୍କ ଉପରେ ଆକ୍ରମଣ ହୋଇଥିଲା । ସମଗ୍ର ଭାରତରେ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ମାଡ ଦିଆଯିବା, ପଥର ଫିଙ୍ଗିବା, ଛେପ ପକାଇବା, ଧମକ ଦିଆଯିବା ଏବଂ ଘରୁ ବାହାର କରିଦିଆଯିବା ଅନେକ ରିପୋର୍ଟରେ ବର୍ଣ୍ଣନା କରାଯାଇଛି। ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ମଧ୍ୟରେ ଏହା କିଛିଟା ଉଦାହରଣ ଅଟେ।

କୋଭିଡ-19 ମହାମାରୀ ସ୍ବାସ୍ଥ୍ୟ ସେବା ସହ ଜଡିତ ସଂକ୍ରମଣ, ହିଂସା, କଳଙ୍କ, ମାନସିକ ଭାବପ୍ରବଣତା, ଅସୁସ୍ଥତା ଏବଂ ମୃତ୍ୟୁ ସହିତ ସ୍ବାସ୍ଥ୍ୟକର୍ମଚାରୀ ବିଶ୍ବବାପୀ ଜଡିତ । ଚାପଗ୍ରସ୍ତ ପରିବେଶରେ କାର୍ଯ୍ୟ କରିବା ସ୍ବାସ୍ଥ୍ୟକର୍ମୀଙ୍କୁ ତ୍ରୁଟି କରିବାରେ ସାହାଯ୍ୟ କରିଥାଏ ଓ ରୋଗୀର କ୍ଷତି ହୋଇଥାଏ । ତେଣୁ ବିଶ୍ବ ରୋଗୀ ସୁରକ୍ଷା ଦିବସ ଥିମ୍ ହେଉଛି ‘ସ୍ବାସ୍ଥ୍ୟ କର୍ମୀ ସୁରକ୍ଷା: ରୋଗୀ ସୁରକ୍ଷା ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ପ୍ରାଥମିକତା’ ।

ସ୍ଲୋଗାନ୍:Safe health workers, Safe patients

କଲ୍ ଫର୍ ଆକ୍ସନ୍:Speak up for health worker safety!

ଏହି ଦିବସର ଗୁରୁତ୍ବ-

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡିକରେ (ଭାରତ ଅନ୍ତର୍ଭୁକ୍ତ) ଡାକ୍ତରଖାନା ଗୁଡିକରେ ଅସୁରକ୍ଷିତ ଯତ୍ନ ହେତୁ ପ୍ରତିବର୍ଷ 134 ନିୟୁତ ପ୍ରତିକୂଳ ଘଟଣା ଘଟିଥାଏ । ଏହା ଦ୍ବାରା ବାର୍ଷିକ 2.6 ନିୟୁତ ଲୋକଙ୍କ ମୃତ୍ୟୁ ଘଟିଥାଏ। ପ୍ରାଥମିକ ଚିକିତ୍ସାରେ 10 ରୋଗୀଙ୍କ ମଧ୍ୟରୁ 4 ଜଣ କ୍ଷତିଗ୍ରସ୍ତ ହୁଅନ୍ତି । ଔଷଧ ତ୍ରୁଟି କାରଣରୁ ବାର୍ଷିକ ଆନୁମାନିକ 42 ବିଲିୟନ ଡଲାର ଖର୍ଚ୍ଚ ହୋଇଥାଏ ।

ଟେକ୍ନୋଲୋଜିର ସାମ୍ପ୍ରତିକ ଅଗ୍ରଗତି ଏକ ଅତ୍ୟନ୍ତ ଜଟିଳ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସୃଷ୍ଟି କରିଛି । ଏହି ଜଟିଳତା ରୋଗୀକୁ ସୁରକ୍ଷିତ ରଖିବା ପାଇଁ ଓ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଅନେକ ଆହ୍ବାନ ଆଣିଛି । ଯଦିଓ ଅନେକ ଲୋକଙ୍କୁ ସଫଳତାର ସହିତ ଚିକିତ୍ସା କରାଯାଇପାରୁଛି କିନ୍ତୁ ଅନେକ ସମୟରେ ଏହାକୁ ନେଇ ସମସ୍ୟା ମଧ୍ୟ ଦେଖାଦେଉଛି । ଡାକ୍ତରଖାନା ହେଉଛି ଏକ ସ୍ଥାନ ଯାହାକି ରୋଗୀମାନଙ୍କୁ ଘଣ୍ଟା ଘଣ୍ଟା ଚିକିତ୍ସା ଯୋଗାଇଥାଏ । ରୋଗୀ ଯତ୍ନ ନିରାପତ୍ତାର ପ୍ରତ୍ୟେକ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ଅନିଶ୍ଚିତତା ସହିତ ଜଡିତ ।

ଅସୁରକ୍ଷିତ ଯତ୍ନ ହେତୁ ପ୍ରତିକୂଳ ଘଟଣା ଘଟିବା ସମ୍ଭବତଃ ବିଶ୍ବରେ ମୃତ୍ୟୁ ଏବଂ ଅକ୍ଷମତାର 10 ଟି ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ । ଉଚ୍ଚ ଆୟକାରୀ ଦେଶମାନଙ୍କରେ ଅନୁମାନ କରାଯାଏ ଯେ ଡାକ୍ତରଖାନାର ଯତ୍ନ ନେବାବେଳେ ପ୍ରତି 10 ରୋଗୀଙ୍କ ମଧ୍ୟରୁ ଜଣେ କ୍ଷତିଗ୍ରସ୍ତ ହୁଅନ୍ତି। ଅନେକ ପ୍ରତିକୂଳ ଘଟଣା ଦ୍ବାରା ଏହାର କ୍ଷତି ହୋଇପାରେ । ସେମାନଙ୍କ ମଧ୍ୟରୁ ପ୍ରାୟ 50 ପ୍ରତିଶତ ରୋକାଯାଇପାରିବ ।

ପ୍ରତିବର୍ଷ 134 ନିୟୁତ ପ୍ରତିକୂଳ ଘଟଣା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶ (LMIC)ର ଡାକ୍ତରଖାନା ଗୁଡିକରେ ଘଟିଥାଏ । ଅସୁରକ୍ଷିତ ଯତ୍ନ ଯୋଗୁଁ 2.6 ନିୟୁତ ମୃତ୍ୟୁ ଘଟିଥାଏ । ସର୍ବଭାରତୀୟ ସ୍ତରରେ 10 ରୁ 4 ଜଣ ରୋଗୀ ପ୍ରାଥମିକ ଏବଂ ଆୟୁର୍ବେଦିକ ସ୍ବାସ୍ଥ୍ୟ ସେବାରେ କ୍ଷତିଗ୍ରସ୍ତ ହେଉଛନ୍ତି। OECD ଦେଶଗୁଡିକରେ ହସ୍ପିଟାଲର ମୋଟ କାର୍ଯ୍ୟକଳାପ ଓ ଖର୍ଚ୍ଚର 15 ପ୍ରତିଶତ ପ୍ରତିକୂଳ ଘଟଣାର ପ୍ରତ୍ୟକ୍ଷ ଫଳାଫଳ ।

ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ଉପରେ ଆକ୍ରମଣର କିଛି ଘଟଣା-

ନିରାପତ୍ତା ସମନ୍ବୟ ସମିତି (SHCC) 1,203 ବିବାଦ ଘଟଣା ବିଷୟରେ ସୂଚନା ଦେଇଛନ୍ତି, ଏହା 2019 ରେ ସ୍ବାସ୍ଥ୍ୟସେବା ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ଏକ ଟିମ୍ ମୃତ କୋଭିଡ-19 ରୋଗୀଙ୍କ ସମ୍ପର୍କିୟଙ୍କ ବିଷୟରେ ଜାଣିବାକୁ ମୋରଦାବାଦର ନବାବଗଞ୍ଜ ଅଞ୍ଚଳରେ ପହଞ୍ଚିଥିଲେ । ଏହାପରେ ସେମାନଙ୍କ ଉପରେ ସ୍ଥାନୀୟ ଲୋକେ ପଥରମାଡ କରିଥିଲେ ।

ଅନ୍ୟପକ୍ଷେ ଏପ୍ରିଲ 14ରେ ଦିଲ୍ଲୀର ଲୋକ ନାୟକ ହସ୍ପିଟାଲରେ ଜଣେ ସର୍ଜିକାଲ ୱାର୍ଡ ଭିତରେ ଜଣେ ମହିଳା ଡାକ୍ତର ରୋଗୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ଦୁଇ ମହିଳା ଡାକ୍ତରଙ୍କୁ ଏପ୍ରିଲ 8 ବିଳମ୍ବିତ ରାତିରେ ଗୌତମ ନାଗର ଅଞ୍ଚଳରେ କିଛି ପଡୋଶୀ ଅସଦାଚରଣ କରିଥିଲେ ।

କୋରୋନା ଭାଇରସ କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଏପ୍ରିଲ 1ରେ ହାଇଦ୍ରାବାଦର ଗାନ୍ଧୀ ମେଡିକାଲରେ ଦୁଇଜଣ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପ୍ରିଲ 1ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଅବସ୍ଥିତ ଏକ ପଡିଆରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଉପରେ ସ୍ଥାନୀୟ ଲୋକ ମାଡ ମାରିଥିଲେ ।

ଏପ୍ରିଲ 11 ରେ ଆରବିଏମ ହସ୍ପିଟାଲ ଅନ୍ତର୍ଗତ ସରକାରୀ ମେଡିକାଲ କଲେଜ ଭରତପୁରରେ ଡାକ୍ତରଙ୍କୁ ଚାପୁଡା ଓ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏପ୍ରିଲ୍ 8 ରେ ଡ୍ୟୁଟି ପରେ ଘରକୁ ଫେରୁଥିବା ବେଳେ ଭୋପାଳର ଦୁଇ ବାସିନ୍ଦା ଏମ୍ସ ଡାକ୍ତରଙ୍କୁ ଗୁଳି ଚଳାଇ ଦିଆଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.