ETV Bharat / briefs

ଚୋରା ଝାଉଁ କାଠ ଜବତ କଲେ ଗ୍ରାମବାସୀ - villagers

ବାହାନଗା ଅଞ୍ଚଳରୁ ଚୋରା ଝାଉଁ କାଠ ଚାଲାଣ ବେଳେ ଧରିଲେ ଗ୍ରାମବାସୀ । ବିନା କାଗଜପତ୍ରରେ ବନ କର୍ମଚାରୀ ଏହାକୁ ବେଆଇନ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 12, 2019, 11:54 PM IST

ବାଲେଶ୍ବର: ଜିଲ୍ଲାର ବାହାନଗା ଅଞ୍ଚଳରୁ ଚୋରା ଝାଉଁ କାଠ ଚାଲାଣ ବେଳେ ଧରିଲେ ଗ୍ରାମବାସୀ । ଚାଲାଣ କାଠକୁ ଜବତ କରିବା ପରେ ବନବିଭାଗ ଓ କାଠ ମାଫିଆଙ୍କ ଭିତରେ ମଧୁଚନ୍ଦ୍ରିକା ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ଫନି ପ୍ରଭାବରେ ବାହାନଗା ବ୍ଲକ ଆଢ଼ିଆ ସମୁଦ୍ର କୂଳରେ ଥିବା ଅନେକ ଝାଉଁ ଗଛ ଉପୁଡି ପଡିଥିଲା । ଫଳରେ ବିନା କାଗଜପତ୍ରରେ ବନ କର୍ମଚାରୀ ଏହାକୁ ବେଆଇନ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ରବିବାର ଝାଉଁ କାଠକୁ ଏକ ଅଟୋରେ ଭର୍ତ୍ତି କରି ଚାଲାଣ କରାଯାଉଥିବା ବେଳେ ଏହା ଲୋକଙ୍କ ନଜରରେ ପଡିଥିଲା । ଉକ୍ତ କାଠକୁ ବାରିପଦା ପଞ୍ଚାୟତ ଅଟ୍ଟାସପୁର ବାତ୍ୟା ଆଶ୍ରୟସ୍ଥଳ ନିକଟରେ ଅଞ୍ଚଳବାସୀ କାଠ ସହ ଅଟୋକୁ ଧରିଥିଲେ ।

ଲୋକଙ୍କ ଭୟରେ କାଠ ମାଫିଆ କାଠଗୁଡିକୁ ଛାଡି ଗାଡ଼ି ନେଇ ପଳାଇଥିଲେ । ଏସମ୍ପର୍କରେ ଅଞ୍ଚଳବାସୀ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭାଗର କୌଣସି କର୍ମଚାରୀ ପହଞ୍ଚିନଥିଲେ । ଗୋଟେ ପଟେ ଚୋରା ଝାଉଁକାଠ ଚାଲାଣ ବାବଦରେ ଗ୍ରାମବାସୀ ବନବିଭାଗକୁ ଦାୟୀ କରୁଥିବା ବେଳେ ସବୁ ଖବର ପାଇ ମଧ୍ୟ ବନବିଭାଗର କୌଣସି କର୍ମଚାରୀ ଘଟଣା ସ୍ଥଳରେ ନପହଞ୍ଚିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.