ETV Bharat / briefs

ଦୋଷୀକୁ ଗିରଫ ଦାବିରେ ସାପ୍ତାହିକ ହାଟକୁ ବନ୍ଦ କଲେ ହାତୀବାଡି ଗ୍ରାମବାସୀ - hathibadi

ଦୋଷୀକୁ ଗିରଫ କରି ଉଚିତ୍ ଦଣ୍ଡ ଦେବା ଦାବିରେ ଅଙ୍କରପଲ୍ଲୀ ସାପ୍ତାହିକ ବଜାରକୁ ବନ୍ଦ କଲେ ହାତୀବାଡି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 30, 2019, 8:36 PM IST

ରାଉରକେଲା: ଦୋଷୀକୁ ଗିରଫ କରି ଉଚିତ୍ ଦଣ୍ଡ ଦେବା ଦାବିରେ ଆଜି ହାତୀବାଡି ଅଞ୍ଚଳର ଅଙ୍କରପଲ୍ଲୀ ସାପ୍ତାହିକ ବଜାରକୁ ବନ୍ଦ କରାଯାଇଛି ।

ସୂଚନାନୁସାରେ, ବାଲିମୁଣ୍ଡ ଗାଁର ଅଲଟ କୂଲଲୁ ଅମୃତଭଣ୍ଡା ବିକିବାକୁ ଅଙ୍କରପଲ୍ଲୀ ବଜାରକୁ ଯାଇଥିଲେ । ସେଠାରେ ବଜାର ଠିକାଦାର ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଗୁରୁତର ଅଲଟଙ୍କୁ ତାଙ୍କ ପୁଅ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତ୍ତି କରାଇଥିଲେ । ଏଥିସହିତ ହାତୀବାଡି ଥାନାରେ ଏନେଇ ମାମଲା ରୁଜୁ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ପୋଲିସ ଏସଟି, ଏସସିର ବିଭିନ୍ନ ଧାରା ସହ ଆଇପିସି ଧାରା 341, 294, 323, 506 ରେ ମାମଲା ରୁଜୁ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ପ୍ରତିବାଦ କରି ଆଜି ସାପ୍ତାହିକ ହାଟକୁ ବନ୍ଦ କରିଥିଲେ ।

ତେବେ ଗ୍ରାମବାସୀଙ୍କ ଆନ୍ଦୋଳନ କାରଣରୁ ହାଟ କରିବାକୁ ଆସିଥିବା ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଦୋଷୀ କୁ ଗିରଫ କରିବା ଦାବି ରେ ଆଜି ହାତଗିବାଡି ଥଥ ଅଂଚଳ ରେ ଅଙ୍କରପଲ୍ଲୀ ସାପ୍ତାହିକ ବଜାର ଲାଗିଲା ନାହିଁ। କଲି ମଧ୍ୟ ଏହି ଅଂଚଳ ରୁ ଲୋକ ମାନେ ହାଥିବାଦୀ ଥାନା କୁ ଯାଇ କାର୍ଯନୁଷ୍ଠାନ ପାଇଁ ଦାବି କରିବା ସତ୍ୱେ ପୋଲିସ କିଛି କରି ନ ଥିବାରୁ ଆଜି ସାପ୍ତାହିକ ବଜାର ବନ୍ଦ ରହି ଥିବାରୁ ଗାଁ ଗାଁ ରୁ ଆସିଥିବା ଲୋ ହଇରାଣ ହୋଇଥିଲେ।Body:ହାଥିବାଡ଼ି ଥାନା ରେ ବାଲିମୁଣ୍ଡ ଗାଁ ର ସୁଜିତ କୂଳଲୁ ଅଭିଯୋଗ କରିଥିଲେ କି ତାଙ୍କ ବାପା ଅଲଟ କୂଳଲୁ ଅମୃତ ଭଣ୍ଡା ବିକିବା ପାଇଁ ଅଙ୍କରପଲ୍ଲୀ ବଜାର କୁ ଯାଇ ଥିଲେ। ସେଠାରେ ବଜାର ଠିକାଦାର ତାକୁ ନିସ୍ତୁକ ମାଡ଼ ମାରି ଥିଲେ। ଅଚେତ ହୋଇଥିବା ତାଙ୍କ ବାପା କୁ RGH ଚିକିତ୍ସା ପାଇଁ ନିଆଯାଇଥିଲା।Conclusion:ପୋଲିସ ଏଷ୍ଟି ଏସ୍ସି ର ବିଭିନ୍ନ ଧାରା ସହିତ IPC ର ଧାରା 341,294,323,506 ରେ ମାମଲା ରୁଜୁ କରିଛି କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଥିଲା କି ପୋଲିସ ତାକୁ ଗିରଫ କରି ନାହିଁ ସେହି ପାଇଁ ଗ୍ରାମବାସୀ ଆନ୍ଦୋଳନ କରୁଛନ୍ତି
ବାଇଟ-ଗ୍ରାମବାସୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.