ETV Bharat / briefs

ଜରଦା ଫ୍ୟାକ୍ଚ୍ରିକୁ ବିରୋଧ କରି ବଡ ଆନ୍ଦୋଳନ ପାଇଁ ସଜବାଜ ଗ୍ରାମବାସୀ - pollution

ସମ୍ବଲପୁରର ଶାସନ ଅଞ୍ଚଳର ପରାଧିଆପାଲି ଓ ମାଝିପାଲି ଅଞ୍ଚଳର 2ଟି ଜରଦା ଫ୍ୟାକ୍ଟ୍ରି ସ୍ଥାନୀୟ ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 23, 2019, 5:00 AM IST

ସମ୍ବଲପୁର: ଗୁଟକା, ଜରଦା, ପାନ ମସଲା ଆଦି ମାଦକଦ୍ରବ୍ୟ କିଣାବିକା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ କହି ବିଭିନ୍ନ ସ୍ଥାନରେ ସଚେତନ ମଧ୍ୟ କରାଯାଉଛି । ହେଲେ ଏବେ ବି ବେଧଡକ ଭାବେ ଚାଲିଛି ଗୁଟକା ବେପାର । ଏଭଳି ସ୍ଥିତି ସରକାରଙ୍କ ଘୋଷଣାକୁ ପ୍ରତ୍ୟାହାର କଲା ଭଳି ମନେହେଉଛି । ଯାହାର ଜଳ୍ବନ୍ତଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଶାସନ ଅଞ୍ଚଳର ପରାଧିଆପାଲି ଓ ମାଝିପାଲି ଅଞ୍ଚଳରେ।

ଉଭୟ ଅଞ୍ଚଳର 2ଟି ଜରଦା ଫ୍ୟାକ୍ଟ୍ରି ସ୍ଥାନୀୟ ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି । ସୂଚନାନୁସାରେ, ପରାଧିଆପାଲିଠାରେ ଥିବା ଏକ ଶିକ୍ଷାଅନୁଷ୍ଠାନ ପାଖରେ ପୂର୍ବରୁ ଏକ ଜରଦା ଫ୍ୟାକ୍ଟ୍ରି ଥିବାବେଳେ ଗ୍ରାମବାସୀ ଏହାକୁ ବନ୍ଦ କରିବାକୁ ଦାବି କରି ଆସୁଥିଲେ । ମାତ୍ର ମାଝିପାଲି ଅଞ୍ଚଳରେ ଆଉ ଏକ ଜରଦା ଫ୍ୟାକ୍ଟ୍ରିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ପରାଧିାପାଲି ଅଞ୍ଚଳରେ ଥିବା ଜରଦା ଫ୍ୟାକ୍ର୍ଟିରୁ ବାହାରୁଥିବା ପ୍ରଦୂଷିତ ବାୟୁ ସ୍ଥାନୀୟ ଅଞ୍ଚଳରେ କୁପ୍ରଭାବ ପକାଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ସେପଟେ ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥିବା କହିଥିବାବେଳେ ଆଗାମୀ ଦିନରେ ଉକ୍ତ ମାମଲାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଯଦି ଆଗାମୀ 7-8 ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ ନକରନ୍ତି ଆନ୍ଦୋଳନ କରିବା ନେଇ ସ୍ଥାନୀୟବାସୀ ଚେତାବନୀ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ରାଜ୍ୟ ସରକାର ଗୁଟକା ପାନ ମସଲା, ଜରଦା ଆଦି ମାଦକ ଦ୍ରବ୍ୟ ବିକ୍ରି ଉପରେ ରୋକ ଲଗାଇଛନ୍ତି।ଏହା କେଂସର କାରକ କହି ବିଭିନ୍ନ ସ୍ଥାନରେ ସଚେତନତା ମଧ୍ୟ କରାଯାଉଛି।ତେବେ ବର୍ତମାନ ମଧ୍ୟ କେତେକ ସ୍ଥାନରେ ଖୋଲା ଖୋଲି ଭାବେ ଗୁଟକା ବା ଜରଦା ବିକ୍ରି ହେଉଥିବା ବେଳେ ସମ୍ବଲପୁର ମାଝିପାଳି ଅଞ୍ଚଳରେ ଥିବା ଜରଦା ଫେକ୍ଟ୍ରି କୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବନ୍ଦ କରି ବାକୁ ଜିଲ୍ଲାପାଳ ପ୍ରଶାସନ ଠାରେ ଦାବି କରିଛନ୍ତି।

Body:ଗୁଟକା, ଜରଦା ପରି ମାଦକ ଦ୍ରଵ କେଂସର କାରକ କହି ଏହା ଉପରେ ସରକାରୀ ସ୍ତରରେ ରୋକ ରହିଛି। ତେବେ ବହୁ ସ୍ଥାନରେ ଏବେ ମଧ୍ୟ ପାନ ଦୋକାନ ରେ ଏହା ଖୋଲା ଖୋଲି ଭାବେ ବିକ୍ରି ହେଉଛି।ସମ୍ବଲପୁର ଶାସନ ଅଞ୍ଚଳର ପରାଧିଆପାଲି ଓ ମାଝିପାଲି ଅଞ୍ଚଳରେ ଥିବା ଏମିତି 2 ଟି ଜରଦା ବା ଗୁଟଖା ଫେକ୍ଟ୍ରି ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ପ୍ରଥମେ ପରାଧିଅପାଲି ଠାରେ ଏକ ଶିକ୍ଷା ଅନୁଷ୍ଠାନ ପାଖରେ ଏକ ଜରଦା ଫେକ୍ଟ୍ରି ଥିବା ବେଳେ ଏହାପ୍ରତି ଅଭିଯୋଗ ହେବା ପରେ ଏବେ ମାଝିପାଳି ଠାରେ ଆଉଗୋଟିଏ ଜରଦା ଫେକ୍ଟ୍ରି କୁ କିପରି ଅନୁମତି ଦିଆଯାଇଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।ଏହି ଅଞ୍ଚଳରେ ଅନେକ ଶିକ୍ଷା ଅନୁଷ୍ଠାନ ଥିବା ସହ ବସତି ଅଞ୍ଚଳ ଥିବାରୁ ଏହି ଫେକ୍ଟ୍ରିର ପ୍ରଦୂଷିତ ବାୟୁ ସ୍ଥାନୀୟ ଅଞ୍ଚଳରେ କୁପ୍ରଭାଵ ପକାଉଥିବା କହି ଲୋକେ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି।

ବାଇଟ-1-ଆଶିଷ ହୋତା,ସ୍ଥାନୀୟ ଯୁବକ।
ବାଇଟ-2-ଗିରିଜା ଶଙ୍କର ମିଶ୍ର,ସ୍ଥାନୀୟ ଆଇନଜୀବୀ।

ଏପଟେ ଏହି ବିଷୟ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଖବର ରହିଛି ଓ ଆଗାମୀ ଦିନରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ବାଇଟ-3- ଅଜୟ କୁମାର ଜେନା,ଅତିରିକ୍ତ ଜିଲ୍ଲାପାଳ।ସମ୍ବଲପୁର।

Conclusion:ଆଗାମୀ 7 ରୁ 8 ଦିନ ଭିତରେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.