ETV Bharat / briefs

'ଫନି' ଛଡାଇନେଲା ଚାଷୀଙ୍କ ଜୀବିକା - cyclone fani

ଅନୁଗୋଳ ଜିଲ୍ଲା ଯାମୁଁନାଳୀ ପଞ୍ଚାୟତ ଚାଷୀଙ୍କ ଜୀବିକା ଛଡାଇଲା ଫନିି । କଖାରୁ ଠାରୁ ଆରମ୍ଭ କରି କାକୁଡି, ଜହ୍ନି, ପୋଟଳ, ଭେଣ୍ଡି ଆଦି ସବୁ ପରିବାକୁ ନଷ୍ଟ କରିଦେଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : May 7, 2019, 2:37 PM IST

ଅନୁଗୋଳ: 'ଫନି' ପାଇଁ ଚିନ୍ତାରେ ଚାଷୀ । ବିଶେଷ କରି ପରିବା ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଦୃଶ୍ୟ ହେଉଛି ଅନୁଗୋଳ ଜିଲ୍ଲା ଯାମୁଁନାଳୀ ପଞ୍ଚାୟତର ଜଣେ ଚାଷୀଙ୍କ । ତାଙ୍କ ଏକର ଏକର ଜମିରେ ପରିବା ଚାଷ କରି ସେ ଜୀବିକା ନିର୍ବାହ କରୁଥିଲେ । ମାତ୍ର ଫନି ତାଙ୍କ ଜୀବିକାକୁ ଛଡାଇ ନେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଫନିର ପ୍ରଳୟଙ୍କାରୀ ରୂପ କ୍ଷେତରେ ଲାଗିଥିବା ସବୁ ପରିବାକୁ ଧ୍ବଂସବିଧ୍ବସ୍ତ କରିଛି । କଖାରୁ ଠାରୁ ଆରମ୍ଭ କରି କାକୁଡି ଜହ୍ନି, ପୋଟଳ, ଭେଣ୍ଡି ଆଦି ସବୁ ପରିବାକୁ ନଷ୍ଟ କରିଦେଇଛି । ବାତ୍ୟା ପରେ ଜମିରେ ପାଣି ପଶି ଗଛ ମୂଳେ ପାଣି ଜମା ରହି ସବୁ ଗଛକୁ ନଷ୍ଟ କରିଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଏସଂକ୍ରାନ୍ତରେ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ କୌଣସି ଲାଭ ମିଳିନଥିବା ଚାଷୀ ଅଭିଯୋଗ ଆଣିଛନ୍ତି ।

ଯଦି ଆଗାମୀ ଦିନରେ ସରକାର ଚାଷୀଙ୍କ ଭରଣା ନକରନ୍ତି ତେବେ ଏମାନେ ବଡ ବଡ ସମସ୍ୟାର ସାମନା କରିବେ । ସେପଟେ ଆଚାର ବିଧି ଆଳରେ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ ଏସମ୍ପର୍କରେ କ୍ୟାମେରା ସାମନାରେ କିଛି କହିବାକୁ ମନା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.