ETV Bharat / briefs

ଆମେରିକାରେ ବଢିଲା ଟିକଟକ ବ୍ୟାନ ଅବଧି

ଚାଇନାର ଭିଡିଓ ସେୟାରିଂ ଆପ୍ ଟିକଟକର ଆମେରିକୀୟ ବ୍ୟବସାୟ ଚଳାଇବା ପାଇଁ ଓରାକଲ୍ ଓ ୱାଲମାର୍ଟ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତି ହୋଇପାରେ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ଘୋଷଣା କରିଛନ୍ତି ।

author img

By

Published : Sep 20, 2020, 1:17 PM IST

 ଟିକଟକର ମାଲିକାନା ଗ୍ରହଣ କରିବ ଓରାକଲ-ୱାଲମାର୍ଟ

ୱାସିଂଟନ:ଚାଇନାର ଭିଡିଓ ସେୟାରିଂ ଆପ୍ ଟିକଟକର ଆମେରିକୀୟ ବ୍ୟବସାୟ ଚଳାଇବା ପାଇଁ ଓରାକଲ୍ ଓ ୱାଲମାର୍ଟ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତି ହୋଇପାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ଘୋଷଣା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ଟିକଟକ ଉପରେ ବ୍ୟାନ ଲାଗିଥିବାବେଳେ ଏହାକୁ ସେପ୍ଟେମ୍ବର 27 ପର୍ଯ୍ୟନ୍ତ ବୃଦ୍ଧି କରିଛି ଟ୍ରମ୍ପ ପ୍ରଶାସନ ।

ଚୁକ୍ତିନାମା ଅନୁଯାୟୀ ଟେକ୍ସାସରେ ଏକ ନୂତନ ଆମେରିକୀୟ କମ୍ପାନୀ ଗଠନ ହେବ। ଏହା 25 ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ। ଏହା ବ୍ୟତୀତ ଟିକଟକ୍ ଆମେରିକୀୟ ଯୁବକମାନଙ୍କ ଶିକ୍ଷା ପାଇଁ 5 ବିଲିୟନ ଡଲାରର ପାଣ୍ଠି ମଧ୍ୟ ପ୍ରଦାନ କରିବ। ଏହି ଚୁକ୍ତିରେ ଓରାକଲ୍ ଅଂଶୀଦାର ଏବଂ ୱାଲମାର୍ଟ କମର୍ସିଆଲ୍ ହେବ ବୋଲି ଟିକଟକ୍ କହିଛି ।

ଏହି ଚୁକ୍ତି ପାଇଁ ସମ୍ମତି ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶନିବାର ହ୍ବାଇଟ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି ଯେ ଟିକଟକ ଆଗକୁ ବଢୁଛି। ଓରାକଲ୍ ଏବଂ ୱାଲମାର୍ଟ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି, ଯାହା ଏକ ନୂତନ କମ୍ପାନୀ ଗଠନ କରିବ । ଏଥିପାଇଁ 100 ପ୍ରତିଶତ ସୁରକ୍ଷା ଦିଆଯିବ ।

ଗତ ମାସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନିର୍ଦ୍ଦେଶ ଜାରି କରି 15 ସେପ୍ଟେମ୍ବର ସୁଦ୍ଧା ଟିକଟକ୍ ଏବଂ ୱିଚାଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଆମେରିକାର ମାଲିକାନା ନ ଆସିବା ପର୍ଯ୍ୟନ୍ତ ଏହା ନିଷିଦ୍ଧ ରହିବେ। ବର୍ତ୍ତମାନ ଏହି ଅବଧି 27 ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଟ୍ରମ୍ପ କହିଛନ୍ତି,‘ ମୁଁ ଭାବୁଛି ଏହା ଆମେରିକା ପାଇଁ ବହୁତ ଭଲ ଡିଲ୍। ସେ ପ୍ରାୟ 25 ହଜାର ଲୋକଙ୍କୁ ନିଯୁକ୍ତ ଦେବେ । ଏହା ଏକ ସମ୍ପୂର୍ଣ୍ଣ ନୂତନ କମ୍ପାନୀ ହେବ । ଅନ୍ୟ କୌଣସି ଦେଶ ସହିତ ଏହାର କୌଣସି ସମ୍ପର୍କ ରହିବ ନାହିଁ । ଚୀନ୍ ସହିତ ଏହାର କୌଣସି ସମ୍ପର୍କ ରହିବ ନାହିଁ। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.