ନୂଆଦିଲ୍ଲୀ: ଆରମ୍ଭ ହେଲା କେନ୍ଦ୍ରୀୟ ବଜେଟର କାଉଣ୍ଟ ଡାଉନ । ଆସନ୍ତା ମାସରେ କେନ୍ଦ୍ର ସରକାର ସଂସଦରେ ଯେଉଁ ପୂର୍ଣ୍ଣାଙ୍ଗ ବଜେଟ ଆଣିବେ ସେଥିପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଓ ତାଙ୍କ ଟିମ ଏଗ୍ରୀକଲଚର ବିଭାଗର ପ୍ରତିନିଧିଙ୍କ ସହ ପ୍ରାଥମିକ ଆଲୋଚନା କରିଛନ୍ତି । ତେବେ ଆସନ୍ତା ବଜେଟ କେନ୍ଦ୍ର ସରକାରଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କାରଣ ନିର୍ବାଚନରେ ସରକାର ଦେଇଥିବା ପ୍ରତଶୃତି ସହ ନିଯୁକ୍ତି ଏବେ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ତେବେ ଦେଖିବାର କଥା ନୂତନ ଅର୍ଥମନ୍ତ୍ରୀ କିଭଳି ନିଜ ପ୍ରଥମ ବଜେଟରେ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରୁଛନ୍ତି ।