ETV Bharat / briefs

ମଙ୍ଗଳବାର ଠାରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ

ଆସନ୍ତାକାଲି ପ୍ରକାଶ ପାଇବ ରାଜ୍ୟସଭା ପାଇଁ ନିର୍ବାଚନ ବିଜ୍ଞପ୍ତି । ଆସନ୍ତା ଜୁଲାଇ 5ରେ ହେବ ନିର୍ବାଚନ ଓ ସେହିଦିନ ପ୍ରକାଶ ପାଇବ ଫଳ ।

author img

By

Published : Jun 17, 2019, 11:08 PM IST

ଫାଇଲ ଫଟୋ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଖାଲି ହୋଇଥିବା 3ଟି ରାଜ୍ୟସଭା ପଦ ପାଇଁ ସମୟ ନିର୍ଘଣ୍ଟ କରିଛନ୍ତି ନିର୍ବାଚନ କମିଶନ । ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।

ସୂଚନା ଅନୁସାରେ ଆସନ୍ତା କାଲିଠାରୁ ଜୁନ 25ଯାଏଁ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବେ । ଜୁନ 26 ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ପରେ ଜୁନ ୨୮ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଜୁଲାଇ ୫ ତାରିଖ ଦିନ ବିଧାନସଭା ପରିସରରେ ସକାଳ ୯ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ପରେ ସେହିଦିନ 5ଟାରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ତେବେ ବର୍ତ୍ତମାନ ରାଜ୍ୟରେ ଶାସକ ଦଳର ସ୍ଥିତି ଯାହା ଭୋଟ ଗ୍ରହଣ ଆବଶ୍ୟକ ହୋଇନପାରେ । ଶାସକ ଦଳ ଅନାସୟରେ ନିଜ ତିନି ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇପାରିବ ।

ହେଲେ ଏବେ ଦଳ ସୁପ୍ରିମୋଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେଉଛି କାହାକୁ ପ୍ରାର୍ଥୀ କରିବେ? ନବୀନ ନିଜ ପ୍ରତିଶୃତି ପାଳନ କରିବେ କି? ନା ନିର୍ବାଚନ ପରବର୍ତ୍ତୀ ପରିସ୍ଥିତିକୁ ଦେଖି ନିଜ ନିଷ୍ପତିରେ ପରିବର୍ତ୍ତନ କରିବେ । ଯଦି ନବୀନ ନିଷ୍ପତି ପରିବର୍ତ୍ତନ କରନ୍ତି କାହାକୁ ବାଛିବେ ? ପୁଣିଥରେ ନବୀନ ଆଦିବାସୀ କାର୍ଡ ଖେଳିବେ କି? ନା ମହିଳା କାର୍ଡ ଖେଳି ଭୋଟ ବ୍ୟାଙ୍କ ସୁଦୃଢ କରିବେ ନା ନିର୍ବାଚନରେ ପରାଜୟ ବରଣ କରିଥିବା ନେତାଙ୍କୁ ରାଜ୍ୟସଭା ପଠାଇବେ ।

ଯଦିଓ ରାଜ୍ୟସଭା ପାଇଁ ଦଳରେ ପ୍ରାର୍ଥୀର ଅଭାବ ନାହିଁ ତେବେ କାହା ଉପରେ ନବୀନ ସୁନାକଳସ ଢାଳୁଛନ୍ତି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

FSD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.