କଟକ: ପୁଣି ସାମନାକୁ ଆସିଲା ଦୁର୍ଘଟଣାର ଦୃଶ୍ୟ । ଟ୍ରକକୁ ପିଟିଲା ଟ୍ରକ । କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ନିଉ ମହାରାଜା ହୋଟେଲ ନିକଟରେ ଠିଆ ହୋଇଥିବା ହାଇୱାକୁ ପଛପଟୁ ଧକ୍କା ଦେଲା ୧୪ ଚକିଆ ଟ୍ରକ । ଅଳ୍ପକେ ବର୍ତ୍ତିଲେ ଦୁଇ ଟ୍ରକ ଚାଳକ ଏବଂ ହେଲପର ।
ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ଡ୍ରାଇଭର ଏବଂ ହେଲପର ସାମାନ୍ୟ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ଅଛନ୍ତି । ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ଭଙ୍ଗାରୁଜା ହୋଇଯାଇଥିବାବେଳେ ୧୪ ଚକିଆ ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରଖିଛି ନିଶ୍ଚିନ୍ତକୋଇଲି ପୋଲିସ ।
ସୂଚନା ଥାଉକି, ଚଳିତ ବର୍ଷ ସିଲଭରସିଟିରେ ଅନେକ ବଡ଼ ସଡ଼କ ଦୁର୍ଘଟଣା ସାମନାକୁ ଆସିସାରିଛି । ସେ ମଧ୍ୟରୁ ମହାନଦୀ ପୋଲ ତଳକୁ ବସ ଖସିବା ଘଟଣା ସାରା ରାଜ୍ୟକୁ ମର୍ମାହତ କରିଥିଲା । ଯେଉଁଥିରେ 10ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲାବେଳେ 30ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ