ETV Bharat / briefs

ଭୁବନେଶ୍ୱରରେ 89 କୋରୋନା ଚିହ୍ନଟ, 3 ହଜାର ପାର ହେଲା ସଂଖ୍ୟା

author img

By

Published : Aug 3, 2020, 6:46 PM IST

ରାଜ୍ୟ ରାଜଧାନୀରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ସୋମବାର ଗୋଟିଏ ଦିନରେ 89 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3 ହଜାର ପାର ସଂକ୍ରମଣଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ଆଜି 89 କୋରୋନା ଚିହ୍ନଟ, 3 ହଜାର ପାର ହେଲା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଆଜି(ସୋମବାର) ଗୋଟିଏ ଦିନରେ 89 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3 ହଜାର ପାର ସଂକ୍ରମଣଙ୍କ ସଂଖ୍ୟା । କ୍ବାରେଣ୍ଟାଇନ କେନ୍ଦ୍ରରୁ 65 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 24 ଏବଂ 107 ଜଣ ସୁସ୍ଥ ହୋଇଛନ୍ତି ।

କ୍ବାରେଣ୍ଟାଇନ କେନ୍ଦ୍ରରୁ ଟିହ୍ନଟ ମଧ୍ୟରୁ 17 ଜଣ ଆଇଗିଣିଆର ଆଲୁଗଦି ଅଞ୍ଚଳରୁ ହୋଇଥବା ବେଳେ 7 ଜଣ ରିଜର୍ଭ ପୋଲିସ କଲୋନୀ, 5 ଜଣ ଗୌତମ ନଗର, 4 ଜଣ ବଡଗଡ , 3 ଜଣ ଜିଜିପି କଲୋନୀ, 3 ଜଣ ଜାଗମରା, 3 ଜଣ ଚନ୍ଦ୍ରଶେଖରପୁର, 2 ଜଣ ୟୁନିଟ-6 , 2 ଜଣ ବିଜେବି ନଗର, 2 ଜଣ ସିବିଆଇ କଲୋନୀ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏପଟେ ପୋଖରିପୁଟ, ଜଗମରା, ସତ୍ୟନଗର, କପିଲା ପ୍ରସାଦ, କଳ୍ପନା ଛକ, ଟଙ୍କପାଣି, ଓଲଡ଼ ଟାଉନ, ଡେ଼ଲ୍ଟା ଛକ ନିକଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 24 ଜଣ ଚିହ୍ନଟ ହୋଇଛନ୍ତି । 2 ଜଣ ଗଙ୍ଗନଗର, 2 ଜଣ ୟୁନିଟ 6 ରାଧା କ୍ରୀଷ୍ଣା ବସ୍ତି, 2 ଜଣ ବିଜେବି ନଗର ଚିହ୍ନଟ ହୋଇଥିବା ବେଳେ ପୋଖରିପୁଟ, ଡୁମ ଡୁମା, ବଡଗଡ, ନାୟପାଲି, କୋଲଥିଆ, ତମାଣ୍ଡ, ଶ୍ରୀରାମ ବିହାର, ସତ୍ୟନଗର, ଭରତପୁର, ୟୁନିଟ 6 ନିୟୁ ଫରେଷ୍ଟ ପାର୍କ ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ କରାଯାଇଛି।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 3068 ହୋଇଥିବା ବେଳେ 1798 ଜଣ ସୁସ୍ଥ ହୋଇଛନ୍ତି । ମୃତ 18 ଜଣ ହୋଇଥିବା ବେଳେ 1250 ଜଣ ଚିକିତ୍ସାଧିନ ଅଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.