ETV Bharat / briefs

ବଢିଚାଲିଛି ପଶ୍ଚିମବଙ୍ଗ ହିସାଂ; ପୁଣି 3ମୃତ

ଚରମ ସୀମାରେ ପଶ୍ଚିମବଙ୍ଗ ରାଜନୀତି । ପ୍ରତିଦିନ ହିଂସାରେ ଯାଇଛି ନୀରିହ ଲୋକଙ୍କ ଜୀବନ । ଗତରାତିରେ ବୋମାମାଡରେ ପୁଣି 3ଜଣ ମୃତ୍ୟୁ ଘଟିଛି ।

author img

By

Published : Jun 15, 2019, 2:58 PM IST

ଫଟୋ ସୌଜନ୍ୟ: ଏଏନଆଇ

ପଶ୍ଚିମବଙ୍ଗ: ଶେଷ ହେବାର ନା ଧରୁନାହିଁ ପଶ୍ଚିମବଙ୍ଗ ରାଜନୈତିକ ହିଂସା । ଶାସକ ଟିଏମସି ବିଜେପି ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଥିବା ବେଳେ ପୁଣି ଡାକ୍ତରଙ୍କ ଆନ୍ଦୋଳନକୁ ଏବେ ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ସରଗରମ ରଖିଥିବା ବେଳେ ଗତକାଲି ରାତିରେ ପୁଣି ଘଟିଛି ବୋମା ମାଡ ।

ମୁର୍ଶିଦାବାଦରେ ତୃଣମୂଳ କଂଗ୍ରେସ କର୍ଯ୍ୟକର୍ତ୍ତାଙ୍କ ଘରକୁ ଗତରାତିରେ ତହାକୁ ତୁହା ବୋମାମାଡ ସହ ଗୁଳି ବର୍ଷା ହୋଇଛି । ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିବା ସହ କିଛି ଆହତ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯାଇଛି ।

ମୁର୍ଶିଦାବାଦ ଜିଲ୍ଲା ଟିଏମସି ସଭାପତିଙ୍କ କହିବା ଅନୁସାରେ ସମସ୍ତ ମୃତ ବ୍ୟକ୍ତି ଟିଏମସି କାର୍ଯ୍ୟକର୍ତାଙ୍କ ସଂପର୍କୀୟ ଅଟନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦୁଇ ଜଣ ହେଉଛନ୍ତି ଖେରୁଦ୍ଦିନ ଶେଖ ଓ ଶୋହେଲ ରାଣା ।

||ବରଗଡ ||
ବରଗଡ ଜିଲ୍ଲାରେ ଶିକ୍ଷିତ ବେକାରି ମାନଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ଭୁଲ ପଦକ୍ଷେପ ଯୋଗୁଁ ବହୁ ଯୁବ ବେକାରି ପାଠସାଠ ପଢି କେବଳ ଡିଗ୍ରୀ ହାସଲ କରି ବେକାର ବୁଲୁଛନ୍ତି | ଶିକ୍ଷା କ୍ଷେତ୍ରରେ ଚାକିରି କରିବା ପାଇଁ ବହୁ ଯୁବକ OTET ପରୀକ୍ଷା ଦେଇ ହଜାର ହଜାର ଆଶାୟୀ ଶିକ୍ଷକ ରହିଥିବା ବେଳେ ସରକାର ଅବସର ପ୍ରାପ୍ତ ବହୁ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପାର୍ଟ ଟାଇମ ଭାବରେ ପୁନଃ ନିଯୁକ୍ତି ଦେବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ ଶିକ୍ଷକ ମାନେ | ବିଗତ ବିଧାନସଭା ଅଧିବେଶନରେ ମାନ୍ୟବର ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ବିବ୍ରୁତି ଅନୁଯାୟୀ ରାଜ୍ୟରେ  1,08,000 ରୁ ଅଧିକ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷକ ପଦବୀ ଖାଲି ରହିଛି ଏବଭଙ୍ଗ ଲକ୍ଷାଧିକ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ଅପେକ୍ଷାରେ ରହିଥିବା ବେଳେ ବରଗଡ ଜିଲ୍ଲାରେ କେବଳ 18 ହଜାର ରୁ ଅଧିକ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି | 2016 ମସିହାରୁ ନିଯୁକ୍ତି ଅପେକ୍ଷାରେ ରହିଥିବା ବହୁ ଆଶାୟୀ 3 ବର୍ଷ ହେଲା ପାଠ ପଢି ବେକାରି ହୋଇ ବୁଲୁଛନ୍ତି ଏବଂ ନିଯୁକ୍ତି ଅପେକ୍ଷାରେ ଅନାଇ ବସିଛନ୍ତି |
   ଶିକ୍ଷା ସାମାଜିକ ବିକାଶର ମେରୁଦଣ୍ଡ ଏବଂ ପ୍ରାଥମିକ ଶିକ୍ଷା ହେଉଛି ଏହାର ଭିତ୍ତିଭୂମି | ତେବେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଶିକ୍ଷକ ଏକ ମୌଳିକ ତଥା ଗୁରୁତ୍ଵପୂର୍ଣ ଅଙ୍ଗ ହୋଇଥିବା ବେଲେ କିନ୍ତୁ ରାଜ୍ୟ ସରକାର କେବଳ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ବିଭିନ୍ନ ପ୍ରବେଶିକା ପରୀକ୍ଷା କରୁଛନ୍ତି ହେଲେ ନିଯୁକ୍ତି ଉପରେ ଧ୍ୟାନ ଦେଉନଥିବା ଅଭିଯୋଗ ନେଇ ବହୁ ଆଶାୟୀ ଶିକ୍ଷକ ବରଗଡ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଏକ ସ୍ମାରକ ପାତ୍ର ପ୍ରଦାନ କରିଥିଲେ |ବରଗଡ ଜିଲ୍ଲାରେ DELED , BED, ତଥା OTET ଯୋଗ୍ୟତାଧାରୀ ଅଣନିଯୁକ୍ତ ଶିକ୍ଷକ ଭରିରହିଥିବା ବେଳେ ଜିଲ୍ଲାର ବହୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିରହିଛି | ତେବେ  ଖାଲି ପଡିରହିଥିବା ବହୁ ଶିକ୍ଷକ ପଦବୀ ପୂରଣ ପାଇଁ ଶୀଘ୍ର ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନିତ କରି ବିଜ୍ଞାପନ ପ୍ରକାଶ କରାଯାଉ ବୋଲି ଆଶାୟୀ ଶିକ୍ଷକ ମାନେ ଦାବି ଉପସ୍ଥାପନ କରିଛନ୍ତି |
 ବାଇଟ ଓ ଭିଡିଓ MOJO ରେ ଯାଇଛି |
slug- odbgh_aasayisikhyaka_7203682
 ବାଇଟ 1- ମୋହିତ କୁମାର ଭୋଇ ( ଆଶାୟୀ )
ବାଇଟ 2- ମୁନ୍ନା ସାହୁ ( ଆଶାୟୀ ଶିକ୍ଷକ )
 ବାଇଟ 3- ବାଲ୍ମୀକି ବେହେରା ( ଆଶାୟୀ ଶିକ୍ଷକ )
ବାଇଟ 4- ରାଧାକାନ୍ତ ସାହୁ ( ଆଶାୟୀ ଶିକ୍ଷକ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.