ଚଣ୍ଡିଗଡ: ପୁଣି ସେଲଫି ନେଲା ଜୀବନ । ଚଣ୍ଡିଗଡ ରେଲୱେ ଟ୍ରାକରେ ସେଲଫି ନେବା ସମୟରେ ଟ୍ରେନ ତଳେ ଚାପି ହୋଇ ନିଜ ପ୍ରାଣ ହରାଇଛନ୍ତି ତିନି ଯୁବକ । ପାଖାପାଖି 30 ମିଟର ପର୍ଯ୍ୟନ୍ତ ଯୁବକଙ୍କ ମୃତଦେହ ଛିଟକି ପଡିଥିବା ଜଣାପଡିଛି । ତେବେ ସରକାରଙ୍କ ତରଫରୁ ଏଥିପ୍ରତି ସତର୍କତା ଜାରି ହେବା ସତ୍ତ୍ବେ ବି ଯୁବପିଢୀର ଅସାବଧାନତା ଯୋଗୁଁ ବାରମ୍ବାର ଏପରି ଘଟଣା ସାମନାକୁ ଆସୁଛି ।
ମୃତକଙ୍କ ନା ଚମନ, ସନ୍ନୀ, ଓ କିଶନ ବୋଲି ଜଣାପଡିଛି । ଏହି ତିନିଜଣ ପରସ୍ପର ସମ୍ପର୍କୀୟ ହୋଇଥିବା ବେଳେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇ ଏମାନେ ଅଲିଗଡରୁ ଚଣ୍ଡିଗଡ ଯାଇଥିଲେ । ସେଠାରେ ସେମାନେ ପାନିପଥ ପାର୍କ ନିକଟରେ ଥିବା ରେଲୱେ ଟ୍ରାକରେ ପହଞ୍ଚିଥିଲେ । ହେଲେ ଟ୍ରେନ ଟ୍ରାକ ଉପରେ ଠିଆ ହୋଇ ବିଭିନ୍ନ ଆଙ୍ଗେଲରୁ ଫଟୋ ନେଉଥିଲେ । ତେବେ ଟ୍ରେନ ଆସିବାର ପ୍ରାକ ସୂଚନା ମିଳିଥିଲା । କିନ୍ତୁ ଏହାକୁ ଖାତିର ନ କରି ତିନିଜଣ ସେଲଫି ନେବାରେ ବ୍ୟସ୍ତ ଥିଲେ । ଏହି ତିନିଜଣଙ୍କ ସହ ଆଉ ଏକ ସାଙ୍ଗ ଦିନେଶ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲା, କିନ୍ତୁ ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିବା ଜଣାପଡିଛି ।