ଖୋର୍ଦ୍ଧା: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଚିନ୍ତାରେ ସରକାର । ଏପଟେ ଖୋର୍ଦ୍ଧା ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ପଞ୍ଚାୟତରେ ଆଜି(ସୋମବାର) ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ । ଆକ୍ରାନ୍ତ ଜଣକ ଗଞ୍ଜାମ ଫେରନ୍ତା ହୋଇଥିବାବେଳେ ସେ ହୋମ କ୍ୱାରେଣ୍ଟାଇନରେ ରହି ମଧ୍ୟ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ।
ତେଣୁ ଉକ୍ତ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ଲାଗି ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସ୍ଥାନୀୟ ସରପଞ୍ଚ ରେଣୁବାଲା ସାହୁ, ୧୫ ତାରିଖ ସକାଳ ୯ ରୁ ୧୮ ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏନେଇ ସେ ଚିଠି ମାଧ୍ୟମରେ ଜିଲ୍ଲାପାଳ,ଉପ-ଜିଲ୍ଲାପାଳ, ବିଡ଼ିଓ ପ୍ରମୁଖଙ୍କୁ ସୂଚିତ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ