ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ସମୟରେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଗୁଜବ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କର ପୁରୁଣା ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ସେମାନେ ମୁମ୍ବାଇର ଜିମ୍ ବାହାରେ ନଜର ଆସିଥିଲେ । ଏହା ସେମାନଙ୍କ ଶେଷ ଫଟୋ ବୋଲି ବୋଲି କୁହାଯାଉଛି । ମାର୍ଚ୍ଚ 11 ରେ ସେମାନଙ୍କୁ ଏକାଠି ଦେଖାଯାଇଥିଲା ।
ଫଟୋରେ ସୁଶାନ୍ତ ଏକ ବ୍ଲୁ ଟି-ସାର୍ଟ ପିନ୍ଧିଥିବାବେଳେ ରିୟା ଏକ ଗାଲାକ୍ସି ପ୍ରିଣ୍ଟ ଯୋଗ ସାର୍ଟ ଓ ଗ୍ରେ ଟପ ପିନ୍ଧିଥିବାର ଦେଖାଯାଇଛି । ସୁଶାନ୍ତ ଓ ରିୟା ପ୍ରାୟତଃ ଏକାଠି ବ୍ୟାୟାମ କରୁଥିଲେ । ସେମାନେ ନିଜ ଜିମ୍ ବାହାରେ ଅନେକ ଥର ନଜର ଆସିଥିଲେ । ତେବେ ଦୁହିଁଙ୍କ ସମ୍ପର୍କକୁ ନେଇ ସବୁବେଳେ ଚୁପ ରହି ଆସିଛନ୍ତି ରିଆ । ଦୁହେଁ କେବଳ ଭଲ ବନ୍ଧୁ ବୋଲି ସେ ଅନେକ ଥର କହି ଆସିଛନ୍ତି ।
ପ୍ରକାଶଥାଉକି, ସୁଶାନ୍ତ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଛନ୍ତି । ସେ ବିହାର ବାସିନ୍ଦା ଥିବା ବେଳେ ନୂଆଦିଲ୍ଲୀରେ ଶିକ୍ଷାଗ୍ରହଣ କରିଥିଲେ । ଛୋଟ ପରଦାରେ ପବିତ୍ର ରିସ୍ତା ପରେ ଶୁଦ୍ଧ ଦେଶୀ ରୋମାନ୍ସ, ବାୟୋପିକ୍ ଏମଏସ ଧୋନି: ଅନଟୋଲ୍ଡ ଷ୍ଟୋରୀ, କେଦାରନାଥ ଓ ଛିଚୋରାରେ ଅଭିନେତା କରିଥିଲେ ।