ରାଉରକେଲା: ଓଡିଶା ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ପ୍ରଧାନଙ୍କ ପରଲୋକ । ଗୁରୁବାର ଦିନ ରାଉରକେଲାର ସିଡବ୍ଲ୍ୟୁଏସ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ଗଙ୍ଗାଧରଙ୍କୁ 90 ବର୍ଷ ବୟସ ହୋଇଥିଲା ।
ଗଙ୍ଗାଧରଙ୍କ ଶେଷ ସମୟରେ ତାଙ୍କ ନିକଟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସହ ବହୁ କଂଗ୍ରେସ କର୍ମୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଅନ୍ତିମ ସଂସ୍କାର ପାଇଁ ପୈତୃକ ଗ୍ରାମ ବଡଗାଁ ନିଆଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ