ETV Bharat / briefs

ସାତ ରାଜ୍ୟରେ 143 ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବ କ୍ରୀଡା ମନ୍ତ୍ରଣାଳୟ

ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଖେଲୋ ଇଣ୍ଡିଆ ସେଣ୍ଟର ନିର୍ମାଣ କରିବାକୁ କ୍ରୀଡା ମନ୍ତ୍ରଣାଳୟର ଯୋଜନା । ଅଧିକ ପଢନ୍ତୁ...

author img

By

Published : May 25, 2021, 7:14 PM IST

Khelo India centres
Khelo India centres

ନୂଆଦିଲ୍ଲୀ: ଦେଶରେ ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମିକୁ ସଜାଡିବାକୁ ରାଜ୍ୟ ସରକାରଙ୍କ ସହଭାଗିତାରେ କ୍ରୀଡା ମନ୍ତ୍ରଣାଳୟ ଖେଲୋ ଇଣ୍ଡିଆ ସେଣ୍ଟର ଲଞ୍ଚ କରିବାକୁ ଯାଉଛି ।

2028 ସଂସ୍କରଣର ଅଲମ୍ପିକ୍ସରେ ପ୍ରଦର୍ଶନ ଓ ପଦକ ବିଜତା ଶ୍ରେଷ୍ଠ 10ଟି ଦେଶ ମଧ୍ୟରେ ଭାରତ ରହିବା ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟ ଅନୁଯାୟୀ, ଦେଶ ତମାମରୁ କ୍ରୀଡା ପ୍ରତିଭାଙ୍କୁ ଚିହ୍ନଟ ଓ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ପ୍ରସ୍ତୁତ କରିବା ଲକ୍ଷ୍ୟ ଥିବା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।

ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଖେଲୋ ଇଣ୍ଡିଆ ସେଣ୍ଟର ନିର୍ମାଣ କରିବାକୁ ଯୋଜନା ରହିଛି । 217ଟି ସେଣ୍ଟର ଦେଶର ବିଭିନ୍ନ ରାଜ୍ୟରେ ପ୍ରସ୍ତୁତ ହୋଇସାରିଛି । ତେବେ ମନ୍ତ୍ରଣାଳୟ, ଉତ୍ତରପୂର୍ବ ରାଜ୍ୟ ଗୁଡିକର ପ୍ରତ୍ୟେକ ଜିଲ୍ଲାରେ, ଜମ୍ମୁ ଓ କାଶ୍ମୀର, ଆଣ୍ଡାମାନ ଓ ନିକୋବଲ ଦୀପପୁଞ୍ଜ, ଲାକ୍ଷାଦୀପ ଓ ଲଦାଖରେ ଦୁଇଟି ଲେଖାଏଁ ସେଣ୍ଟର ନିର୍ମାଣ କରିବାକୁ ଯୋଜନା କରିଛି ।

ମହାରାଷ୍ଟ୍ର: 30ଟି ଜିଲ୍ଲାରେ 36 ଖେଲୋ ଇଣ୍ଡିଆ ସେଣ୍ଟର । ବ୍ୟୟବରାଦ ହୋଇଥିବା ଅର୍ଥର ମୂଲ୍ୟ 3.60 କୋଟି ରହିଛି ।

ମିଜୋରାମ: କୋରାସିବ ଜିଲ୍ଲାରେ ଦୁଇଟି ଖେଲୋ ଇଣ୍ଡିଆ ସେଣ୍ଟର । ବ୍ୟୟବରାଦ ହୋଇଥିବା ଅର୍ଥର ମୂଲ୍ୟ 20 ଲକ୍ଷ ।

ଅରୁଣାଚଳ ପ୍ରଦେଶ: 26ଟି ଜିଲ୍ଲାରେ 52ଟି ଖେଲୋ ଇଣ୍ଡିଆ ସେଣ୍ଟର । ବ୍ୟୟବରାଦ ହୋଇଥିବା ଅର୍ଥର ମୂଲ୍ୟ 4.12 କୋଟି ।

ମଧ୍ୟପ୍ରଦେଶ: 40 ଲକ୍ଷ ବ୍ୟୟ ଅଟକଳରେ 4ଟି ଖେଲୋ ଇଣ୍ଡିଆ ସେଣ୍ଟର ।

କର୍ଣ୍ଣାଟକ: 3.10 କୋଟି ବ୍ୟୟରେ 31ଟି ଖେଲୋ ଇଣ୍ଡିଆ ସେଣ୍ଟର ।

ମଣିପୁର: 1.60 କୋଟି ବ୍ୟୟରେ 16 ଖେଲୋ ଇଣ୍ଡିଆ ସେଣ୍ଟର ନିର୍ମାଣ ଲକ୍ଷ୍ୟ ।

ଗୋଆ: 20 ଲକ୍ଷ ଟଙ୍କାରେ 2ଟି ଖେଲୋ ଇଣ୍ଡିଆ ସେଣ୍ଟର ଲକ୍ଷ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.