ETV Bharat / briefs

ବିଶ୍ବର ଉଚ୍ଚତମ ଶୃଙ୍ଗର ଶିଖରରେ ପହଞ୍ଚିଲେ ଦେବଭୂମୀ ଝିଅ - ଏଭରେଷ୍ଟ

ପିଥୋରଗଡ ଜିଲ୍ଲାର ଏକ ଛୋଟ ଗାଁର ଝିଅ ଶୀତଲ ରାଜ । ମାତ୍ର 24ବର୍ଷ ବୟସରେ ସଫଳତା ସହ ବିଶ୍ବର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ଆରୋହଣ ।

ଫଟୋ ସୌଜନ୍ଯ:ସୋସିଆଲ ମିଡିଆ
author img

By

Published : May 17, 2019, 12:41 AM IST

ଡେରାଡୁନ୍‌: ମାତ୍ର 24ବର୍ଷ ବୟସରେ ଦେବଭୂମୀର ଝିଅ ଶୀତଲ ରାଜ ବିଶ୍ବର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ଶିଖରରେ ପାଦ ରଖିଛନ୍ତି । ଉତ୍ତରାଖଣ୍ଡ ରାଜ୍ୟର ସଲ୍ମୋଡା ଗାଁର ଶୀତଲ ରାଜ ଗୁରବାର(16 ମେ)ରେ ଏହି ସଫଳତା ହାସଲ କରିଛନ୍ତି । ଏନେଇ ଉତ୍ତରାଖଣ୍ଡ ପୋଲିସ୍‌ ମଧ୍ୟ ନିଜ ଟ୍ବିଟରରେ ଶୀତଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ମୁତାବକ, ସେ ଗତ 5 ଏପ୍ରିଲରେ ନେପାଳର କାଠମାଣ୍ଡୁର ବେସ୍‌ କ୍ୟାମ୍ପରୁ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ 15 ଏପ୍ରିଲକୁ ସେହି ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ । 12ମେରେ ବେସ୍‌ କ୍ୟାମ୍ପରେ ରହି ରକ୍‌ କ୍ଲାଇବିଙ୍ଗ୍‌ର ଅଭ୍ୟାସ କରିଥିଲେ । 13ମେରୁ ପୁଣି ଯାତ୍ରା ଆରମ୍ଭ କରି 16ମେ ଦିନ ଏଭରେଷ୍ଟର ଶିଖରରେ ପହଞ୍ଚି ଥିଲେ ।

ଦେବଭୂମୀର ଝିଅ ଶୀତଲଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ରେକର୍ଡ ରହିଛି । 2017 ମସିହାରେ ସେ ବିଶ୍ବର 3ୟତମ ଉଚ୍ଚତମ ଶୃଙ୍ଗ କାଞ୍ଚନଜଙ୍ଘାରେ ପହଞ୍ଚି ବିଶ୍ବ ରେକର୍ଡ କରିଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର 22ବର୍ଷ ଥିଲା ।

ଏଠାରେ ସୂଚନାଯୋଗ୍ୟ, ପିଥୋରଗଡ ଜିଲ୍ଲାର ଏକ ଛୋଟ ଗାଁର ଝିଅ ଶୀତଲ ରାଜ । ତାଙ୍କ ବାପା ଟ୍ୟାକ୍ସି ଚାଳକ ଓ ମା ଜଣେ ଗୃହଣୀ ଅଟନ୍ତି । ଶୀତଲ ଦାର୍ଜିଲିଙ୍ଗର ହିମାଲୟନ ମାଉଣ୍ଟେନିୟରିଙ୍ଗ୍‌ ଇଂଷ୍ଟିଚ୍ୟୁଟରୁ ମାଉଣ୍ଟେନିୟରିଙ୍ଗ୍‌ରୁ କୋର୍ସ କରିଥଲେ । 2014ରୁ କଲେଜ ଜରିଆରେ ନିଜର ପ୍ରଥମ ଅଭିଯାନ ଆରମ୍ଭ କରିଥିଲେ ।

ସ୍ଲଗ-ଟ୍ରକ କୁ କୁଟିଲା ବଲେରୋ,ଦୁଇ ମୃତ ଜଣେ ଗୁରୁତର
ଆଙ୍କର- ଆଜି ସକାଳୁ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ସକାଳୁ ଘନ କୁହୁଡି ହୋଇଥିଲା ।  ଭୁବନେଶ୍ୱରରୁ ବଲାଣି ଅଭିମୁଖେ ଯାଉଥିବା ଏକ ବଲେରୋ ପଳାସପଙ୍ଗା ରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ପଛ ଆଡୁ ପିଟିଥିଲା ।। ଫଳରେ ବଲେରୋ ବସିଥିବା ସ୍ୱାମୀ ସ୍ତ୍ରୀଙ୍କ ମୂର୍ତ୍ତୃ ହୋଇଥିଲା ବେଳେ ବଲେରୋ ଡ୍ରାଇଭର ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ବଳଭଦ୍ର ମହାକୁଡ଼ ଓ ବୀଣାଦେବୀ ମହାକୁଡ଼ ବୋଲି ଜଣା ପଡିଥିବା ବେଳେ ସେମାନେ ବଲାଣି ଅଂଚଳର ଵାଲାଗୁଡାର ବୋଲି ଜଣା ପଡ଼ିଛି । ମୃତକ ଦୁଇ ଜଣ ଭୁବନେଶ୍ୱର ର ଆପୋଲା ହସ୍ପିଟାଲ କୁ ଚିକିତ୍ସା ପାଇଁ ଯାଇ ଫେରୁଥିଲେ । ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ମୃତକର ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.