ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା । ମାତ୍ର ଜିଲ୍ଲାର ଏକମାତ୍ର ପୌର ପରିଷଦର ବିଭିନ୍ନ ସ୍ଥାନରେ ବର୍ଜ୍ୟ ସାମଗ୍ରୀ ଯୋଗୁଁ ନାଳ ଗୁଡିକ ପୋତି ହୋଇଯିବା ସହ ନଦୀରେ ନାଳନର୍ଦ୍ଦମାର ମଇଳା ପାଣି ମିଶୁଥିବା ଅଭିଯୋଗ ହୋଇଛି । ଏଥିସହିତ ସହରର ଶଶ୍ମାନଘାଟ ମଧ୍ୟ ଅପରିଷ୍କାର ହୋଇ ପଡିରହିଥିବା ଜଣାପଡିଛି ।
ସେପଟେ ପୌର ପରିଷଦର 17 ଗୋଟି ଓ୍ବାର୍ଡର ଦାୟିତ୍ୱରେ ଥିବା ସଫେଇ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ ପରିଷଦ ପକ୍ଷରୁ ଦିଆଯାଉଛି । ଅପରପକ୍ଷେ ଖୁବଶୀଘ୍ର ଜିଲ୍ଲାର ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ନୂତନ ଡିପିଆର ପ୍ରସ୍ତୁତ ହୋଇ ସାରିଥିବା କହିଛନ୍ତି ପୌର ଅଧିକାରୀ । ଯାହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ