ହାଇଦ୍ରାବାଦ: ବଲିଉଡ ଅଭିନେତା ସଲମାନ ଖାନ ନିଜ ଦୟାଳୁ ଭାବ ପାଇଁ ବେଶ ପରିଚିତ । ସଲମାନ ‘ବିଙ୍ଗ ହ୍ୟୁମାନ’ଭଳି ଏକ ଟ୍ରଷ୍ଟ ମଧ୍ୟ ଚଲାଉଛନ୍ତି। ଏହାସହ ସେ ଅନେକ ଚାରିଟି କାର୍ଯ୍ୟ ମଧ୍ୟ କରିଛନ୍ତି । ତେବେ ନିକଟରେ ରାଇଜିଂ ଷ୍ଟାର-3ର ୱିନର ହୋଇଛନ୍ତି ଫରିଦାବାଦର 12 ବର୍ଷିୟ ଅଫତାବ ସିଂହ ।
ଶୋ' ଜିତିଲା ପରେ ପୁରସ୍କାର ରାଶି ହିସାବରେ 10 ଲକ୍ଷ ଟଙ୍କା ମିଳିଥିଲା । ନିକଟରେ ଶୋକୁ ଭାରତର ପ୍ରମୋଶନ ପାଇଁ ଆସିଥିଲେ ସଲମାନ । ଏଠାରେ ଅଫତାବ, ସଲମାନଙ୍କ ଫ୍ୟାନ ବୋଲି କହିଥିଲେ ଓ ଆଗକୁ ସଲମାନଙ୍କ ପାଇଁ ଗୀତ ଗାଇବାକୁ ଚାହାଁନ୍ତି ବୋଲି କହିଥିଲେ । ତେବେ ରିପୋର୍ଟ ଅନୁସାରେ, ସଲମାନ ଅଫତାବଙ୍କ 3 ଲକ୍ଷ ଟଙ୍କା ଋଣ ଶୁଝିଛନ୍ତି ।
ପ୍ରକାଶଥାଉକି, ଅଫତାବଙ୍କ ପିତା ଘର ଛାତ ପକାଇବା ପାଇଁ ଋଣ ନେଇଥିଲେ ଓ ସେହି ଋଣକୁ ସଲମାନ ଶୁଝିଛନ୍ତି । ତେବେ ଅଫତାବ ୱିନର ହେବା ପରେ ପୁରସ୍କାର ରାଶି କଣ କରିବ ବୋଲି ପଚରାଯାଇଥିଲା । ସେତେବେଳେ ସେ କହିଥିଲେ, ପୁରସ୍କାର ରାଶି ସେ ତାଙ୍କ ପିତାଙ୍କୁ ଦେବେ ଓ ସେଥିରେ ଅଫତାବଙ୍କ ଭଉଣୀ ବାହାଘର ହେବ ।