ମଞ୍ଚେଷ୍ଟର: ବିଶ୍ବକପ୍ର 22ତମ ମୁକାବିଲା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି । ପାକିସ୍ତାନ ଟସ୍ ଜିତି ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଓପନିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ କେଏଲ ରାହୁଲ ଓ ରୋହିତ ଶର୍ମା । ଏହି 2 ବ୍ୟାଟ୍ସମ୍ୟାନ ପାଳିକୁ ସତର୍କତାର ସହିତ ଆରମ୍ଭ କରିବା ସହିତ ଶତକୀୟ ପାର୍ଟନରସିପ କରିଥିଲେ । ରୋହିତ ଓ ରାହୁଲ ପ୍ରଥମ ଓ୍ବିକେଟ ପାଇଁ 136ରନର ଭାଗୀଦାରି ଠିଆ କରିଥିଲେ ।
ଫଳରେ ଆର୍-ଆର୍ ଯୋଡି ଏକ ରେକର୍ଡ ସୃଷ୍ଟି କରିଛନ୍ତି । ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଏହି ଭାରତୀୟ ଯୋଡି ପ୍ରଥମ ଥର ପାଇଁ ଶତକୀୟ ପାର୍ଟନରସିପ୍ କରିଛନ୍ତି ।
ବିଶ୍ବକପରେ ପାକ୍ ବିପକ୍ଷରେ ପ୍ରଥମ ଓ୍ବିକେଟ ପାଇଁ ଶତକୀୟ ପାର୍ଟନରସିପ କରିଛନ୍ତି ରୋହିତ-ରାହୁଲ ଯୋଡି । ଏହା ପୂର୍ବରୁ ବିଶ୍ବକପରେ ପାକ୍ ବିପକ୍ଷରେ କୌଣସି ଭାରତୀୟ ପ୍ରାରମ୍ଭିକ ଯୋଡି ଶତକ ପାର୍ଟନରସିପ କରି ନଥିଲେ ।
1992ରେ ଅଜୟ ଜାଡେଜା ଓ ଶ୍ରୀକାନ୍ତ ଯୋଡି 25ରନର ପାର୍ଟନରସିପ୍ କରିଥିଲେ । ସେହିପରି 1996ରେ ସିଦ୍ଧୁ ଓ ତେନ୍ଦୁଲକର ଯୋଡି 90ରନର ପାର୍ଟନରସିପ ପାଳି ଖେଳିଥିଲେ । 1999ରେ ତେନ୍ଦୁଲକର ଓ ସଦଗୋପନ ରମେଶ ଯୋଡି 37ରନ, 2003ରେ ସେହଓ୍ବାଗ ଓ ସଚିନ ଯୋଡି 53ରନ ଏବଂ 2015ରେ ରୋହିତ ଓ ଧଓ୍ବନ ଯୋଡି 34ରନର କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ