ETV Bharat / briefs

କେଉଁ ଜିଲ୍ଲାକୁ କେଉଁ ୱାର୍ଣ୍ଣିଂ, ପଢନ୍ତୁ ସବିଶେଷ ତଥ୍ୟ

ଓଡିଶା ମୁହାଁ ସମ୍ଭାବ୍ୟ ବାତ୍ୟା ‘ଫନି’ । ଅତି ଭୟଙ୍କର ରୂପ ଧାରଣ କରି ‘ଫନି’, ଘଣ୍ଟାପ୍ରତି 15 କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏପଟେ ଓଡିଶାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ବିଭିନ୍ନ ଆଲର୍ଟ ଜାରି କରାଯାଇଛି ।

author img

By

Published : May 2, 2019, 11:54 AM IST

ଡିଜାଇନ ଫଟୋ

ଭୁବନେଶ୍ବର: ଓଡିଶା ମୁହାଁ ସାମ୍ଭାବ୍ୟ ବାତ୍ୟା ‘ଫନି’ । ଅତି ଭୟଙ୍କର ରୂପ ଧାରଣ କରି ‘ଫନି’, ଘଣ୍ଟାପ୍ରତି 15 କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏପଟେ ଓଡିଶାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ବିଭିନ୍ନ ଆଲର୍ଟ ଜାରି କରାଯାଇଛି ।

ଆଜି ଅର୍ଥାତ ଗୁରୁବାରରୁ ଆସନ୍ତାକାଲି(ଶୁକ୍ରବାର) 8ଟା 30 ମିନିଟ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡା ଓ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧମାଳରେ ବର୍ଷା ହେବାର ଆଶଙ୍କା କରାଯାଇଛି ।

ସେପଟେ ଶୁକ୍ରବାରରୁ ଶନିବାର ଦିନ 8ଟା 30 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, କନ୍ଧମାଳ, ରାୟଗଡା, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି । ଏଥିସହ ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର ଓ ଦେବଗଡକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ଶନିବାରରୁ ରବିବାର 8ଟା 30 ପର୍ଯ୍ୟନ୍ତ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଟକ, ଅନୁଗୋଳ ଓ ଢେଙ୍କାନାଳକୁ ପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

Intro:Body:

hf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.