ପ୍ୟାରିସ: ଫ୍ରେଞ୍ଚ ଓପନ କ୍ବାଲିଫାୟର୍ସର ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି, ଭାରତୀୟ ଷ୍ଟାର ଟେନିସ ଖେଳାଳି ରାମକୁମାର ରାମନାଥନ । ମାତ୍ର ମଙ୍ଗଳବାର ଅନ୍ୟତମ ଖେଳାଳି ପ୍ରଜନେଶ ଗୁନ୍ନେଶ୍ବରନ ପ୍ରଥମ ରାଉଣ୍ଡରେ ପରାସ୍ତ ହେବାପରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।
ରାମକୁମାର ଆମେରିକୀୟ ଖେଳାଳି ମାଇକେଲ ମମହଙ୍କୁ ପ୍ରଥମ ରାଉଣ୍ଡରେ 2-6, 7-6(4) 6-3 ସେଟରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ସେ ଦ୍ବିତୀୟ ରାଉଣ୍ଡରେ ଉଜବେକିସ୍ତାନର ଭେଟେରାନ ଡେନିସ ଇଷ୍ଟୋମିନଙ୍କୁ ଭେଟିବେ ।
ଅନ୍ୟପଟେ ଭାରତୀୟ ଶୀର୍ଷ ଟେନିସ ଖେଳାଳି ସୁମିତ ନାଗଲ ରୋବର୍ଟ ମାର୍କରାଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ