ETV Bharat / briefs

ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ ହେବେ ଟିମ ଇଣ୍ଡିଆର ମୁଖ୍ୟ କୋଚ

ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ରାହୁଲ ଦ୍ରାବିଡ ହେବେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ । ଅଧିକ ପଢନ୍ତୁ...

Rahul Dravid
Rahul Dravid
author img

By

Published : May 20, 2021, 8:31 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ରାହୁଲ ଦ୍ରାବିଡ ହେବେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ । ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଭାରତୀୟ ଟିମର ସୂଚୀ ରହିଛି । ଏହି ଗସ୍ତରେ 3ଟି ଟି20 ଓ 3ଟି ଦିନିକିଆ ମ୍ୟାଚ ଖେଳିବ ଭାରତୀୟ ଦଳ । ଏହି ଗସ୍ତରେ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭୂମିକାରେ ଦେଖିବାକୁ ମିଳିବ ।

ବର୍ଷ 2014 ଇଂଲଣ୍ଡ ଗସ୍ତ ସମୟରେ ବ୍ୟାଟିଂ ପରାମର୍ଶଦାତା ଭାବେ ଟିମ ଇଣ୍ଡିଆ ସହ ଯାତ୍ରା କରିଥିଲେ ଦ୍ରାବିଡ । ଏହାପରେ ଏହା ଦ୍ବିତୀୟ ଅବସର ହେବ, ଏନସିଏ ମୁଖ୍ୟଙ୍କ ନେତୃତ୍ବରେ ଟିମର ଶ୍ରୀଲଙ୍କା ଗସ୍ତ କରିବ ।

ରବି ଶାସ୍ତ୍ରୀ, ଭରତ ଅରୁଣ ଓ ବିକ୍ରମ ରାଠୋର ଟେଷ୍ଟ ଟିମ ସହ ଇଂଲଣ୍ଡ ଗସ୍ତରେ ଥିବେ । ଟିମ ଇଣ୍ଡିଆ କୋଚିଂ ଷ୍ଟାଫ ୟୁକେରେ ଥିବେ, ମାତ୍ର ଯୁବ ଭାରତୀୟ ଟିମ ଦ୍ରାବିଡଙ୍କ ନେତୃ୍ତ୍ବରେ ଶ୍ରୀଲଙ୍କା ଗସ୍ତ କରିବ ବୋଲି ସ୍ପଷ୍ଟ କରିଛନ୍ତି ଜଣେ ବିସିସିଆଇ ଅଧିକାରୀ ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମେ ଦିନିକିଆ ସିରିଜ ଜୁଲାଇ 13, 16 ଓ 19ରେ ଖେଳାଯିବ । ପରେ ଜୁଲାଇ 22ରୁ 27 ତାରିଖ ମଧ୍ୟରେ ଟି20 ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.