ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ରହଣିଆ ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖାଯାଇଛି । ପୋଲିଂ ବୁଥ୍ ନଂ 231ରେ ଇଭିଏମ ମେସିନ ଭଙ୍ଗାରୁଜା ହୋଇଛି । ଫଳରେ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ।
ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛନ୍ତି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ରହିଛି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପରେ ବୁଥରେ ନିର୍ବାଚନୀ ହିଂସା ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ