ETV Bharat / briefs

ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ରାଜନେତା

ସମ୍ବଲପୁର ଦେବଦମ୍ପତିଙ୍କ ଆରତୀରେ ସାମିଲ ହେଲେ ସହରର ବରିଷ୍ଠ ରାଜନେତା ତଥା ବିଧାୟକ । ଏଥସହ ସମଗ୍ର ଓଡିଶାବାସୀଙ୍କ ପାଇଁ ଶୁଭକାମନା କରିଛନ୍ତି ।

author img

By

Published : Jun 8, 2019, 7:07 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଜିଲ୍ଲାରେ ବେଶ ଧୂମଧାମରେ ପାଳିତ ହୋଇଛି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବରେ ଝାଡୁଆପଡା, ନନ୍ଦପଡା, ମୁଦିପଡା, ବଡବଜାର ଓ ବାଲିବନ୍ଧା ସମେତ ସହରର ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟିର ବରଯାତ୍ରୀ ଶୋଭାଯାତ୍ରା ବେଶ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଶୁକ୍ରବାର ମଧ୍ୟରାତ୍ରୀରେ ଭୋଳାବାବାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା ପରେ ଆରତୀ କରାଯାଇଥିଲା । ବାବାଙ୍କ ଏହି ଆରତୀରେ ସାଧାରଣ ଲୋକଙ୍କ ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଯଥା ସମ୍ବଲପୁର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଓ ରେଙ୍ଗାଲି ବିଧାୟକ ନାଉରି ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ରାଜନେତାମାନେ ସମଗ୍ର ଓଡିଶାବାସୀଙ୍କ ପାଇଁ ଶୁଭକାମନା କରିଥିଲେ ।

ଅପରପକ୍ଷେ ବାବାଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ହଜାର ହଜାର କଳାକାର ମଧ୍ୟ ସାମିଲ ହୋଇଥିଲେ । ଭୋଲାବାବା ଶିବ ଶଙ୍କର ଦିବ୍ୟ ବିମାନ ଆରୁଢ଼ ହୋଇ କନ୍ୟା ପିତା ମାତାଙ୍କ ଅଭିମୁଖେ ଆଗେଇ ଚାଲିଥିବା ବେଳେ ଉଭୟ ପାରମ୍ପରିକ ଲୋକ କଳା ଓ ଆଧୁନିକ ଡ୍ୟାନସର ମଜା ନେଇଥିଲେ ଦର୍ଶକ । ଏହା ପରେ ବର ପକ୍ଷ କନ୍ୟା ଘରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଆଉ ଆରମ୍ଭ ହୋଇଥିଲା ଦେବ ଦମ୍ପତିଙ୍କ ବାହାଘର ପାଇଁ ସମସ୍ତ ପ୍ରକିୟା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.