ଗୌହାଟୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରୁ କୋଟିକୋଟି ଟଙ୍କା ସହ ମାଦକ ଦ୍ରବ୍ୟ ଜବତ ହେବାରେ ଲାଗିଛି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ଆସାମର ମାଲିଗାଁରେ । ନିର୍ବାଚନ ପାଇଁ ରାସ୍ତାରେ ପୋଲିସ ଓ ଫ୍ଲାଇଙ୍ଗ ସ୍କ୍ବାର୍ଡର ଚେକିଙ୍ଗ ସମୟରେ ଘଟଣାସ୍ଥଳରୁ ଜବତ ହୋଇଛି 21 ଲକ୍ଷ ଟଙ୍କା।
ଖବରମୂତାବକ ନିକଟରେ ମଧ୍ୟପ୍ରଦେଶ ସିଏମ କମଲନାଥଙ୍କ ସମ୍ପର୍କୀୟଙ୍କ ନିକଟରୁ 281ରୁ ଉର୍ଦ୍ଧ୍ବ କୋଟି ଟଙ୍କା ଓ ମଦ ଜବତ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ଏବେ ପୂର୍ବତ୍ତୋର ରାଜ୍ଯରେ ଏଭଲି କିଛି ଘଟଣା ସାମ୍ନାକୁ ଆସିଛି । ତେବେ ଆସନ୍ତା 11 ତାରିଖରେ ଲୋକସଭା ନିର୍ବାଚନ ଥିବାବେଳେ ପୋଲିସ ଓ ସ୍କ୍ବାର୍ଡ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ତେବେ ଜବତ ହୋଇଥିବା ଟଙ୍କା କିଏ ନେଉଥିଲା ଓ କେଉଁଠାକୁ ଯାଉଥିଲା ଏପର୍ଯ୍ୟନ୍ତ କୌଣସି ଖବର ମିଳିପାରିନାହିଁ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।