ଭୁବନେଶ୍ବର: ଦେଶର ପ୍ରଥମ ସ୍ମାର୍ଟସିଟି ଭୁବନେଶ୍ବର । ସହର ଯେତେକି ବଢୁଛି ସେତିକି ବଢୁଛି ସହରରେ ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା । ଅପରାଧ ମୁକ୍ତ ଭୁବନେଶ୍ବର ଗଠନ ପାଇଁ ପୋଲିସ କମିଶନର କହିଥିଲେ ମଧ୍ୟ ତାହା କେବଳ ଭାଷଣ ବାଜିରେ ସୀମିତ । ରାଜଧାନୀରେ ପ୍ରତିଦିନ ଲୁଟ, ଛିନଛାଇ , ଅପରାଧ, ହତ୍ୟା ଭଳି ଘଟଣା ଘଟିଚାଲିଛି ।
ତେବେ ଏସବୁ ଘଟଣାକୁ ଲଗାମ ଦେବାକୁ ଯେତେ ଚେଷ୍ଟା କଲେ ମଧ୍ୟ କମିଶନରେଟ ପୋଲିସ ସକ୍ଷମ ହୋଇନାହିଁ ବଂର ବଢିଚାଲିଛି ଅପରାଧ ବଢିଚାଲିଛି ଅପରାଧିଙ୍କ ସଂଖ୍ୟା । କିଛିଦିନର ନିରବତା ପରେ ଗତ 1ତାରିଖରେ ପୁଣି ନିଜ ମିଶନ ଆରମ୍ଭ କରିଛନ୍ତି ଅପରାଧି , ଆଉ ସେହିଦିନ ରାତିରେ ଟାର୍ଗେଟ କରିଛନ୍ତି ଦୁଇ ଜଣ ଫଟୋଗ୍ରାଫରଙ୍କୁ ।
ଘଟଣାଟି ହେଉଛି ମଞ୍ଚେଶ୍ବର ଥାନା ଅଞ୍ଚଳରେ ଦୁଇଜଣ ଫୋଟଗ୍ରାଫର ଜିଜିପି କଲୋନିରୁ ବାହାରି ପାଣ୍ଡରା ଦେଇ ପୁରୀ ଡେଲାଙ୍ଗ ନିଜ ଘରକୁ ଫେରୁଥିଲେ । ତେବେ ପାଣ୍ଡରା ଛକରେ 8ଜଣ ଅପରାଧି ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସେମାନଙ୍କ ବାଇକ ନେଇଯାଇଥିଲେ ।
ଲୁଟର ଶିକାର ହୋଇଥିବା ଦୁଇ ଯୁବକ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଓଲଟା ଥାନା ପକ୍ଷରୁ ଏତଲା ବଦଳାଇବାକୁ ତାଙ୍କ ଉପରେ ଚାପ ପକାଉଛି ପୋଲିସ ବୋଲି ଲୁଟର ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏତେ ପ୍ରଯୁକ୍ତି ବିଦ୍ୟା, ପୋଲିସର ଆଧୁନିକରଣ , ମାନବ ସମ୍ବଳ ସ୍ବତ୍ବେ ସହରରୁ କାହିଁକି ଅପରାଧୀଙ୍କୁ ସାବଡ କରିପାରୁନାହିଁ କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ