ETV Bharat / briefs

ବିଶ୍ବକପ୍‌: ପ୍ରବଳ ବର୍ଷା କାରଣରୁ ଅଟକିଲା ମ୍ୟାଚ

author img

By

Published : Jun 10, 2019, 4:58 PM IST

ବିଶ୍ବକପ୍‌ର 15ତମ ମ୍ୟାଚ ଦ.ଆଫ୍ରିକା ବନାମ ଓ୍ବେଷ୍ଟଇଣ୍ଡିଜ୍‌ ଖେଳରେ ବାଧକ ସାଡିଲା ବର୍ଷା । ପ୍ରଥମ ଇଂନିସର 7 ଓଭର ବେଳକୁ ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌କୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି । ଟସ ଜିତି ଇଣ୍ଡିଜ୍‌ ବୋଲିଂ ନିଷ୍ପତ୍ତି ନେଇଛି । ତେବେ 7 ଓଭର ମଧ୍ୟରେ ଇଣ୍ଡିଜ ବୋଲର ସେଲଡନ କଟ୍ରେଲ ଦ.ଆଫ୍ରିକାର 2ଟି ବଡ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସାଉଥମ୍ପଟନ: ' ଦ ରୋଜ ବାଓଲ' ଷ୍ଟାଡିୟମ୍‌ରେ ବିଶ୍ବକପ୍‌ର 15ତମ ମ୍ୟାଚ ଦ.ଆଫ୍ରିକା- ଓ୍ବେଷ୍ଟଣ୍ଡିଜ୍‌ ମଧ୍ୟରେ ଚାଲିଥିବା ସମୟରେ ଖେଳକୁ ମଝିରୁ ଅଟକାଇବାକୁ ପଡିଛି । କାରଣ ବର୍ଷା ମ୍ୟାଚ୍‌ରେ ବାଧକ ସାଜିଛି । ଟସ ଜିତି ଇଣ୍ଡିଜ ବିପକ୍ଷ ଦଳକୁ ବ୍ୟାଟିଂର ଆମନ୍ତ୍ରଣ ଦେଇଥିଲା । ଫଳରେ ଦ. ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା । ମ୍ୟାଚ୍‌କୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯିବା ମଧ୍ୟରେ 7.3 ଓଭରରେ ଦ.ଆଫ୍ରିକା 29ରନ କରି 2 ଓ୍ବିକେଟ ହରାଇ ସାରିଛି ।

South Africa vs West Indies
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@OfficialCSA

ହାସିମ ଅମଲା(6), ଏଡିନ୍‌ ମାକ୍ରମ(5) ରନ କରି ପାଭିଲିୟନ ଫେରି ଯାଇଛନ୍ତି । ତେବେ ଏହି ଦୁଇ ଖେଳାଳୀଙ୍କ ଓ୍ବିକେଟ ସେଲଡନ କଟ୍ରେଲ ହାସଲ କରିଛନ୍ତି ।

ସୂଚନାଥାଉକି, ଦକ୍ଷିଣ ଆଫ୍ରିକା ପାଇଁ ଆଜି କର ବା ମର ସ୍ଥିତି ରହିଛି । ଖେଳିଥିବା ଶେଷ 3ଟି ମ୍ୟାଚ ହାରିସାରିଛି ଦକ୍ଷିଣ ଆଫ୍ରିକା

ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଏକାଦଶରେ ଆଜି ଗୋଟିଏ ବଦଳି ହୋଇଛି । ଜେପି ଡୁମିନିଙ୍କୁ ଆଜି ମ୍ୟାଚରେ ସ୍ଥାନ ମିଳି ନାହିଁ । ସେହିପରି ଇଣ୍ଡିଜ ଦଳର ଗୋଟିଏ ବଡ ପରିବର୍ତ୍ତନ ହୋଇଛି । ଦଳର ବିସ୍ଫୋରକ ଆନ୍ଦ୍ରେ ରସେଲଙ୍କୁ ବ୍ୟାକ ବେଞ୍ଚକୁ ପଠାଯାଇଛି ।

ଦକ୍ଷିଣ ଆଫ୍ରିକା ଏକାଦଶ: ଫାଫ ଡୁପ୍ଲେସିସ(କ୍ୟାପଟେନ), ଡେଭିଡ ମିଲର, ଏଡିନ ମାକ୍ରମ, ହାସିମ ଅମଲା, କ୍ବିଣ୍ଟନ ଡି କକ, ଇମରାନ ତାହିର, କ୍ରିସ ମୋରିସ, ଡେଭିଡ ମିଲର, ଲୁଙ୍ଗି ଏଙ୍ଗିଡି, ବେୟୁରାନ ହେନଡ୍ରିକ୍‌, ଆଦିଲ ଫେଦୁଲକାୱ ।

ୱେଷ୍ଟଇଣ୍ଡିଜ ଏକାଦଶ: କ୍ରିସ ଗେଲ, ସାଇ ହୋପ(ୱିକେଟକିପର), ଡାରେନ ବ୍ରାଭୋ, ନିକୋଲାସ ପୁରନ, ସିମ୍ରନ ହେଟମେୟର, ଜେସେନ ହେଲ୍ଡର(କ୍ୟାପଟେନ), ଆସଲେ ନର୍ସ, ସେଲଡନ କଟ୍ରେଲ, ଓସାନ ଥୋମାସ, କାର୍ଲୋସ ବାର୍ଥୱେଟ, କେମାର ରୋଚ୍‌ ।

ଇଟିଭି ଭାରତ, ବ୍ୟୁରୋ

Intro:Body:

dfsf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.