ETV Bharat / briefs

କୋରୋନା ଯୁଦ୍ଧ, ଟେଷ୍ଟିଂ ସଂଖ୍ୟା ବଢାଇବ ରାଉରକେଲା - ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନିଲ ନରୱଣେ

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଏବେ ରାଉରକେଲା ମହାନଗର ନିଗମ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଏନେଇ ସହରରେ କୋଭିଡ ଟେଷ୍ଟିଂ ସଂଖ୍ୟା ବଢାଇବା ଲାଗି ଯୋଜନା ପ୍ରସ୍ତୁତ କରିଛି ରାଉରକେଲା । ଅଧିକ ପଢନ୍ତୁ...

କୋରୋନା ଯୁଦ୍ଧ: ଟେଷ୍ଟିଙ୍ଗ ସଂଖ୍ୟା ବଢାଇବ ରାଉରକେଲା

author img

By

Published : Aug 11, 2020, 1:10 PM IST

ରାଉରକେଲା: ରାଜ୍ୟରେ ଏବେ ଗୃତ ଗତିରେ ମାଡ଼ି ଚାଲିଛି କୋରୋନା । ତେବେ ଏହି କୋରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଏବେ ରାଉରକେଲା ମହାନଗର ନିଗମ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଏନେଇ ସହରରେ କୋଭିଡ ଟେଷ୍ଟିଂ ସଂଖ୍ୟା ବଢାଇବା ଲାଗି ଯୋଜନା ପ୍ରସ୍ତୁତ କରିଛି ରାଉରକେଲା । UGIE ହଷ୍ଟେଲ, ବାଗୁଡି ବସ୍ତି ନିକଟରେ ଥିବା କୋଭିଡ ପଞ୍ଜିକରଣ କେନ୍ଦ୍ର, ସେକ୍ଟର-୬ ଅଞ୍ଚଳରେ ଥିବା ହକି ଷ୍ଟାଡିଅମରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା 12, 13, 14 ତାରିଖ ଦିନ ଟେଷ୍ଟିଂ କରାଯିବ। ଦିନ 10 ଟା ରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଏହି ଟେଷ୍ଟିଂ ଚାଲୁ ରହିବ ।

ଏତଦବ୍ୟତୀତ ଆରଜିଏଚରେ ରବିବାର ବ୍ୟତୀତ ଅନ୍ୟ ସବୁ ଦିନମାନଙ୍କରେ ଟେଷ୍ଟିଂ ଜାରି ରହିବ। ପରବର୍ତ୍ତୀ ସମୟରେ ଅନ୍ୟ କେଉଁ ସ୍ଥାନରେ ଟେଷ୍ଟିଂ କରାଯିବ, ସେନେଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୂଚିତ କରାଯିବ ବୋଲି ଜଣାପଡିଛି। ଆଗାମୀ ଦିନରେ ସହରର ବେସରକାରୀ ଡାକ୍ତରଖାନା ମାନଙ୍କରେ ମଧ୍ୟ ଟେଷ୍ଟିଂ କରାଯିବ ବୋଲି ଜଣାପଡିଛି। ଏନେଇ ଏକ ବୈଠକ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜସ୍ବ ଆୟୁକ୍ତ ଶ୍ରୀ ସାହୁ କୋଭିଡ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ। ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ବୈଠକରେ ସବିଶେଷ ତଥ୍ୟ ଓ ବିବରଣୀ ଉପସ୍ଥାପିତ କରିବା ସହ ଆଗାମୀ ଦିନରେ ଟେଷ୍ଟିଂ ବଢ଼ାଇବା ଲାଗି ହୋଇଥିବା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଣ୍ଟାକ୍ଟ ଟ୍ରେସିଂ, କାଉନସେଲିଂ, ସାନିଟାଇଜେସନ, ପଜିଟିଭ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ତଦାରଖ, ବିଭିନ୍ନ ଭିତ୍ତିଭୂମି ପ୍ରସ୍ତୁତି ଆଦି ଦିଗରେ ମହାନଗର ନିଗମ କର୍ମଚାରୀ ମାନେ ଦିନରାତି କାମରେ ଲାଗିଥିବା ସେ ପ୍ରକାଶ କରିଥିଲେ। ସେହିପରି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନିଲ ନରୱଣେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.