ETV Bharat / briefs

ଗାଁରେ ପାଇଲଟ: କ୍ଷେତରେ ଶୋଇଲେ, ଦାନ୍ତକାଠିରେ ଦାନ୍ତ ଘଷିଲେ - ନୂଆଦିଲ୍ଲୀ

ଗାଦି ଚିନ୍ତାରେ ପାଇଲଟ । ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଥାଇ ସୁଦ୍ଧା ଅନ୍ତକନ୍ଦଳ ଯୋଗୁଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ।

ଫଟୋ ସୌଜନ୍ୟ:@sachin pilot
author img

By

Published : Jun 11, 2019, 4:26 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ସାରା ଦେଶରେ କଂଗ୍ରେସ ବିପର୍ଯ୍ୟୟର ସାମ୍ନା କରିଛି । କଂଗ୍ରେସ ପରାଜୟର କାରଣ ଖୋଜୁଥିବା ବେଳେ ରାଜସ୍ଥାନ ସରକାର ଏବେ ସଙ୍କଟରେ ପଡିଛି । ହେଲେ ଏହି ସମୟରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ।

Pilot sleep
ଫଟୋ ସୌଜନ୍ୟ:@sachin pilot

କେତେବେଳେ ସେ ଖୋଲା ଆକାଶ ତଳେ ଶୋଉଛନ୍ତି ତ କେତେବେଳେ ଦାନ୍ତକାଠିରେ ଦାନ୍ତ ଘଷୁଛନ୍ତି । କେବଳ ସେତିକି ନୁହେଁ ପାଳଗଦାରେ ନିଜେ ସେଭିଂ କରିବା ସହ ଖଟିଆରେ ବସି ଖାଉଥିବାର ନଜର ଆସିଛନ୍ତି ।

ଦଳ ସଙ୍ଗଠିତ କରିବାକୁ ଯାଇ ସଚିନ ରାଜ୍ୟବାସୀଙ୍କ ନିକଟତର ହେବାକୁ ଚେଷ୍ଚା କରୁଛନ୍ତି । ରାଜସ୍ଥାନର 3ଟି ଜିଲ୍ଲା ସଚିନ ଗସ୍ତ କରିଛନ୍ତି । ଜଲୋର ଜିଲ୍ଲାର କସେଲା ଗାଁକୁ ପାଇଲଟ ଯାଇଥିବା ବେଳେ ଚାଷଜମିରେ ଜଣେ ଚାଷୀ ଜୟକିଶାନଙ୍କ ସହ ଖଟିଆରେ ଶୋଇଥିଲେ । ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସିଲେ ଗ୍ରାମବାସୀଙ୍କ ଉନ୍ନତି ହେବ । ଏଥିସହ କୃଷକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବା ସହ ତାଙ୍କର ଉନ୍ନତି କ୍ଷେତ୍ରରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଚିନ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗ୍ରାମବାସୀ ବି ବେଶ ଖୁସ । ସେମାନେ ପାଇଲଟଙ୍କ ସହ ସେଲ୍ଫି ନେଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.