ETV Bharat / briefs

‘ଜୟ ଶ୍ରୀରାମ’ ନାରା ହେବ ମୌଳିକ ଅଧିକାର!

ଜୟ ଶ୍ରୀରାମ ନାରାକୁ ମୌଳିକ ଅଧିକାର କରିବାକୁ କଲିକତା ଉଚ୍ଚନ୍ୟାୟାଳୟରେ ଦାଖଲ ହେଲା ଯାଚିକା। କୋର୍ଟ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ ମଧ୍ୟ ତୁରନ୍ତ ଶୁଣାଣି ଦାବିକୁ ଖାରଜ କରିଛନ୍ତି ।

author img

By

Published : Jun 15, 2019, 3:11 PM IST

Updated : Jun 18, 2019, 10:56 AM IST

ଫାଇଲ ଫଟୋ

ପଶ୍ଚିମବଙ୍ଗ: ଗତ ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦେଖାଯାଇଥିବା ରାଜନୈତିକ ହିଂସା ଓ ଅସହିଷ୍ଣୁତା ପାଇଁ ଅନେକ ମୁଲ୍ୟବାନ ଜୀବନ ଯିବାସହ ଏହା ଏକ ନିତିଦିନିଆ ଘଟଣା ହୋଇଯାଇଛି । ତେବେ ପଶ୍ଚିମବଙ୍ଗରେ ଏବେ ଜୟ ଶ୍ରୀରାମ ନାରାକୁ ନେଇ ଲାଗିରହିଛି ଛକାପଞ୍ଝା । ଶାସକ ଟିଏମସି ଏହି ନାରା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ।

ଫଳରେ ଏହି ଜୟ ଶ୍ରୀରାମ ନାରାକୁ ଏକ ପ୍ରକାର ନିଜ ସ୍ଲୋଗାନ ଭାବେ ବ୍ୟବହାର କରିଆସିଥିବା ବିଜେପି ଟିଏମସିର ଏହି ପଦକ୍ଷେପକୁ ନିନ୍ଦାକରିବା ସହ ମମତାଙ୍କୁ ପାଲଟା ଜବାବ ଦେବାକୁ ମସୁଧା କରିଛି। ତେବେ ଏହି ମାମଲା ବର୍ତ୍ତମାନ ହାଇକୋର୍ଟରେ ପହଞ୍ଚିଛି। ଜୟ ଶ୍ରୀରାମ ନାରାକୁ ମୌଳିକ ଅଧିକାର ଭାବେ ଘୋଷଣା କରିବାକୁ ଦାବି କରି ପଶ୍ଚିମବଙ୍ଗ ହାଇକୋର୍ଟରେ ଏକ ଯାଚିକା ଦାୟର ହୋଇଛି।

ଯାଚିକାରେ ଦାବି କରାଯାଇଛି ଯେ ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ନାରା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରାଯାଉ ଏବଂ ଜୟ ଶ୍ରୀରାମ ନାରାକୁ ମୌଳିକ ଅଧିକାର ଭାବେ ଘୋଷଣା କରାଯାଉ। ଏହାସହ ଏହି ସମ୍ବେଦନଶୀଳ ମାମଲାରେ ମାନ୍ୟବର ହାଇକୋର୍ଟ ହସ୍ତକ୍ଷେପ କରନ୍ତୁ । ତେବେ କୋର୍ଟ ଏହି ମାମଲାର ଶୁଣାଣିକୁ ଚାରି ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଆଇନଜୀବି ପାର୍ଥ ଘୋଷ ମୁଖ୍ୟ ବିଚାରପତି ଟିବିଏନ ରାଧାକୃଷ୍ଣନଙ୍କ ଖଣ୍ଡପୀଠରେ ଏହି ମାମଲାକୁ ଶୁଣାଣି ପାଇଁ ଆଇନଜୀବି ପାର୍ଥ ଘୋଷ ଯାଚିକା ଦାଖଲ କରିଥିଲେ।

ଯାଚିକା ଦାଖଲ କରିଥିବା ଆଇନଜୀବି କହିଛନ୍ତି ପାର୍ଥ ଘୋଷ କହିଛନ୍ତି ଜୟ ଶ୍ରୀରାମ ନାରାକୁ ମୌଳିକ ଅଧିକାରରେ ସାମିଲ କରାଯାଉ। ଭଗବାନ ରାମଙ୍କ ନାମ ନେବା କିମ୍ବା ଭଗବାନ ରାମଙ୍କୁ ପୂଜାର୍ଚ୍ଚନା କରୁଥିବା ଲୋକଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ବନ୍ଦ କରିବା ପାଇଁ ସେ ଦାବି କରିଛନ୍ତି ।

Intro:Body:Conclusion:
Last Updated : Jun 18, 2019, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.