ETV Bharat / briefs

ରାସ୍ତାକାମ ନାଁରେ ଦେଢକୋଟି ଚଳୁ, 15 ଦିନରେ ଉଠିଗଲାଣି ପିଚୁ - ROAD CONSTUCTION

ଦେଢକୋଟି ଟଙ୍କା ବ୍ୟୟରେ ହୋଇଥିବା ରାସ୍ତା ନିର୍ମାଣର 15ଦିନ ମଧ୍ୟରେ ଉଠିଗଲାଣି ପିଚୁ, ନିମ୍ନମାନର କାମକୁ ନେଇ ରାସ୍ତାକୁ ଓହ୍ଲାଇଲେ ଆରଡି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Jun 19, 2019, 5:44 PM IST

ନୟାଗଡ: ଗମନାଗମନକୁ ସରଳ ସୁବିଧା କରିବା ପାଇଁ ରାଜ୍ୟ ସରକାର ବଜେଟରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ହେଲେ ସେହି ଟଙ୍କା କେତେ ଉପଯୋଗ ହେଉଛି କେତେ ବାଟମାରଣା ହେଉଛି ତାହାର ହିସାବ ସରକାରଙ୍କ ପାଖରେ ନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ରାଜ୍ୟ ସାରା ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଚଳୁ ହେଉଛି , ଏମିତି ଏକ ସାଂଘାତିକ ଦୁର୍ନୀତିର ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମିନଗଡ଼ିଆ ଗାଁରେ । ଜାତୀୟ ରାଜପଥ 57ର ରକ୍ତପଟା ଠାରୁ ମିନଗଡ଼ିଆ ପର୍ଯ୍ୟନ୍ତ ଆରଡ଼ି ରାସ୍ତା ନିର୍ମାଣ ପାଇଁ ସରକାର ଦେଢ଼କୋଟି ମଞ୍ଜୁର କରିଥିଲେ , ଆଉ କାମ ମଧ୍ଯ ଶେଷ ହୋଇଛି ।

ହେଲେ ଏହି କାମକୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ପାଞ୍ଚଟି ଗ୍ରାମର ଲୋକ ମିଳିତ ଭାବେ ଅଭିଯୋଗ କରି କହିଛନ୍ତି ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହୋଇଛି । ପିଚୁ ହେବାର ପନ୍ଦର ଦିନ ମଧ୍ୟରେ ପିଚୁ ଉଠିଗଲାଣି । ଲୋକଙ୍କ ଅଭିଯୋଗ ଅନୁସାରେ ସେମାନେ ନିମ୍ନ ମାନର କାମକୁ ନେଇ ଜେଇ, କଣ୍ଟ୍ରାକ୍ଟରଙ୍କୁ କହିଥିଲେ ମଧ୍ୟ କେହି ଶୁଣିନଥିବା ସହ ଅନ୍ୟପଟେ ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିଲେ ।

ଏଥିଯୋଗୁଁ ଗ୍ରାମବାସୀ ବାଧ୍ୟ ହୋଇ ଆଜି ରାସ୍ତା ଅବରୋଧ କରିବା ସହ ଘଟଣାସ୍ଥଳକୁ ବିଭାଗୀୟ ଇଞ୍ଜିନିୟରଙ୍କୁ ଡାକି ନିମ୍ନମାନର କାମ ଦେଖାଇବା ସହ ତୁରନ୍ତ ଆଉଥରେ କାମ କରିବାକୁ ଦାବି କରିଛନ୍ତି ।

ନୟାଗଡରୁ ଉତ୍ପଲ ସାହୁ, ଇଟିଭି ଭାରତ

Intro:ଗ୍ରାମର ବିକାଶ ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସରକାରୀ ବାବୁ ଓ କଣ୍ଟ୍ରାକ୍ଟର ମଧୁ ଚନ୍ଦ୍ରିକା ଯୋଗୁଁ ଅର୍ଥ ହଡପ ହେଉଛି । ଏଭଳି ଦୁର୍ନୀତି ର ଗନ୍ଧ ନୂଆଗାଁ ବ୍ଲକ ମିନଗଡ଼ିଆ ଗାଁ ରେ ଦେଖିବାକୁ ମିଳିଛି । ଆରଡ଼ି ରାସ୍ତା ରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି ।

Body:ନୂଆଗାଁ ବ୍ଲକ ଜାତୀୟ ରାଜପଥବ57 ରକ୍ତପଟା ଠାରୁ ମିନଗଡ଼ିଆ ପର୍ୟ୍ଯନ୍ତ ଆରଡ଼ି ରାସ୍ତା ନିର୍ମାଣ ପାଇଁ ସରକାର ଦେଢ଼କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ କଣ୍ଟ୍ରାକ୍ଟର ଓ ବିଭାଗୀୟ ଜେଇ ଙ୍କ ମଧୁଚନ୍ଦ୍ରିକ ଫଳରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି । ହାତ ମାରିଦେଲେ ପିଚୁ ଉଠି ଯାଉଛି । ଯାହାକୁ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ଆଗରୁ ଗାଁ ଲୋକ ମାନେ ମାଟି କାଦୁଅରେ ଯାଉଥିଲେ । କିନ୍ତୁ ଆରଡ଼ି ବିଭାଗ ତରଫରୁ ତାକୁ ନୂତନ ରାସ୍ତା ନିର୍ମାଣ ସହ ପିଚୁ କରାଯିବାପାଇଁ ଟଙ୍କା ମଞ୍ଜୁର ହୋଇ ରାସ୍ତା କାମ ଆରମ୍ଭ ହେଲା । କିନ୍ତୁ ରାସ୍ତା ନିର୍ମାଣ ବେଳେ ନା ଯନ୍ତ୍ରୀ ରହିଲେ, ନା କଣ୍ଟ୍ରାକ୍ଟର । ଠିକାଦାର ତାର ମନଇଚ୍ଛା ରାସ୍ତା କାମ କଲା । ଗାଁ ଲୋକ ଅଭିଯୋଗ କରିବାରୁ ଧମକ ମଧ୍ୟ ଦେଲା । ଶେଷରେ ପାଞ୍ଚ ଖଣ୍ଡ ଗାଁର ଲୋକ ଏକାଠି ହୋଇ ସେ ରାସ୍ତା ଉପରେ ଅବରୋଧ କଲେ । ପିଚୁ ଢଳା ଯିବାର ପନ୍ଦର ଦିନ ହୋଇଗଲାଣି । କିନ୍ତୁ ହାତରେ ତାଡିଲେ ପିଚୁ ବାହାରି ପଡୁଛି । ଗଣମାଧ୍ୟମ ଆଗରେ ଗ୍ରାମବାସୀ ମାନେ ଏକାଠି ହୋଇ ଆଜି ହାତରେ ପିଚୁ ତାଡି ଦେଖେଇଥିଲେ ।

Conclusion:ଘଟଣା ସ୍ଥଳକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଡାକି ଅଟକ ରଖି ସମସ୍ତ ଦୃଶ୍ୟ ଦେଖେଇଥିଲେ । ଆଗାମୀ ଦିନରେ ଭଲ କାମ ନହେଲେ ରାଜରାସ୍ତାକୁ ଓଲହେଇବେ ବୋଲି ଧମକ ଦେଇଛନ୍ତି ମିନ ଗଡ଼ିଆର ଗ୍ରାମବାସୀ ମାନେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.