ETV Bharat / briefs

କୋରୋନାକୁ ହରାଇଲେ ଦ୍ରୁତ ବୋଲର କ୍ରୀଷ୍ଣା, ଖୁବଶୀଘ୍ର ଟିମରେ ହେବେ ସାମିଲ

କୋରୋନାରୁ ସୁସ୍ଥ ହେଲେ ଦ୍ରୁତ ବୋଲର ଏମ ପ୍ରସିଦ୍ଧ କ୍ରୀଷ୍ଣା । ଅଧିକ ପଢନ୍ତୁ...

author img

By

Published : May 22, 2021, 7:57 PM IST

Team India
Team India

ନୂଆଦିଲ୍ଲୀ: କୋରୋନା ଭାଇରସରୁ ସୁସ୍ଥ ହେଲେ ଦ୍ରୁତ ବୋଲର ଏମ ପ୍ରସିଦ୍ଧ କ୍ରୀଷ୍ଣା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ସ୍କ୍ବାଡରେ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ନାମ ରହିଛି । ଫଳରେ ସେ ମେ 23ରେ ବେଙ୍ଗାଲୁରୁରୁ ଉଡାଣ ଭରିବା ସହ ମୁମ୍ବାଇରେ ଟିମ ଇଣ୍ଡିଆ ସହ ଯୋଗଦେବେ ବୋଲି ଜଣାପଡିଛି ।

ବର୍ତ୍ତମାନ ସେ ବେଙ୍ଗାଲୁରୁ ସ୍ଥିତ ନିଜ ଘରେ ରହିଛନ୍ତି ଓ କୋଭିଡ-19କୁ ମାତ ଦେଇ ସୁସ୍ଥ ଅଛନ୍ତି ।

କ୍ରୀଷ୍ଣା, ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିଲେ । ତେବେ ପରେ ପଜିଟିଭ ଚିହ୍ନଟ ହୋଇଥିବା 4ଜଣ କେକେଆର ଖେଳାଳିଙ୍କ ମଧ୍ୟରେ କ୍ରୀଷ୍ଣା ରହିଥିଲେ । ପରେ ଏକାଧିକ ଖେଳାଳି ସଂକ୍ରମିତ ହେବାପରେ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ସ୍ଥଗିତ ରଖାଯାଇଛି ।

ତେବେ ଟିମ ଇଣ୍ଡିଆର ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଷ୍ଟାଣ୍ଡବାଏ ଖେଳାଳି ଭାବେ ଦ୍ରୁତ ବୋଲର ଅଭେଶ ଖାନ, ଆର୍ଜନ ନଗୱାସୱାଲା ଓ ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଏସୱାରନଙ୍କ ସମେତ କ୍ରୀଷ୍ଣା ଇଂଲଣ୍ଡ ଗସ୍ତ କରିବାର ରହିଛି ।

କ୍ରୀଷ୍ଣାଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିୟର ଓ ନ୍ୟୁଜିଲାଣ୍ଡ କ୍ରିକେଟର ଟିମ ସୈଫର୍ଟ ଅନ୍ୟ କେକେଆର ଖେଳାଳିଥିଲେ ଯେଉଁମାନେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଭାରତୀୟ ପୁରୁଷ ଓ ମହିଳା ଟିମ ଜୁନ 2ରେ ମୁମ୍ବାଇରୁ ଚାଟାର୍ଡ ବିମାନରେ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିବାର ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.