ETV Bharat / briefs

ଦୁର୍ଘଟଣା ପ୍ରତିବାଦରେ ଜଳିଲା ଟାୟାର, 4 ଘଣ୍ଟା ଆଳିପିଙ୍ଗଳ-ଜଗତସିଂହପୁର ରାସ୍ତା ଅବରୋଧ

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଟ୍ରାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟବାସିନ୍ଦା ।

author img

By

Published : Jul 2, 2019, 11:29 PM IST

ଫଟୋ ସୌଜନ୍ୟ :ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ସହର ଉପକଣ୍ଠ ଆଳିପିଙ୍ଗଳ-ଜଗତସିଂହପୁର ରାସ୍ତାରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ବାସିନ୍ଦା ଦୀର୍ଘ 4 ଘଣ୍ଟା ଧରି ଆଳିପିଙ୍ଗଳ-ଜଗତସିଂହପୁର ରାସ୍ତା ଅବରୋଧ କରିଛନ୍ତି । ଏଥିସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଜଗତସିଂହପୁର

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଆତମଳା ଗ୍ରାମର ନୃସିଂହ ସେଠୀ ନାମକ ଜଣେ ବ୍ୟକ୍ତି ସାଇକେଲରେ ଯିବା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଟ୍ରାୟର ଜାଳି ରାସ୍ତା ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିବା ସହ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି । ଗତ 2 ମାସ ତଳେ ସମାନ ସ୍ଥାନରେ ଦୁର୍ଘଟଣା ଘଟି ଜଣକ ଜୀବନ ଯାଇଥିଲା ।

ଦୈନିକ ଆଳିପିଙ୍ଗଳ ବାଲିଘାଟ ଦେଇ ଟ୍ରକ ଟ୍ରାକ୍ଟର ଓ ଭାରିଯାନ ଗୁଡ଼ିକ ଦ୍ରୁତଗତିରେ ଯାତାୟତ କରୁଥିବାରୁ ଅନେକ ସମୟରେ ସେହି ସ୍ଥାନରେ ଦୁର୍ଘଟଣା ଘଟିଥାଏ । ସେପଟେ ଜିଲା ପ୍ରଶାସନ ସକାଳ 8ରୁ ରାତି 8ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରରେ କଟକଣା ଲଗାଇଛନ୍ତି । ହେଲେ ପ୍ରଶାସନର ନିୟମକୁ ବେଖାତିର କରି ଭାରିଯାନ ଚଳାଚଳ ଜାରି ରହୁଛି । ଏପରି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଦୁର୍ଘଟଣାରେ ସେହିସ୍ଥାନରେ ଅନେକ ନିଜ ଜୀବନ ହରାଉଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାଣି, ଇଟିଭି ଭାରତ

Intro:ଜଗତସିଂହପୁର ସହର ଉପକଣ୍ଠ ଅଲିପିଙ୍ଗଳ- ଜଗତସିଂହପୁର ରାସ୍ତା ଦୃଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତାଜନ ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ଜଗତସିଂହପୁର ଅଲିପିଙ୍ଗଳ ରାସ୍ତା କୁ ଡ୍ରିଘ 4 ଘଣ୍ଟା ଧରି ଅବରୋଧ କରିବା ସହିତ, ମୃତକ ଙ୍କୁ କ୍ଷତି ପୁରଣ ଦାବୀ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଲିପିଙ୍ଗଳ ବାଲି ଘାଟ ରୁ ଦୟିନୀକ ସହ ସହ ଟ୍ରକ ଟ୍ରାକ୍ଟର ଓ ଭାରିଜନ ଗୁଡ଼ିକ ଦୃତ ଗତିରେ ଯାଅ ଆସ କରୁଥିବା ରୁ ଅନେକ ସମୟରେ ଦୃଘଟଣା ଘଟି ଅନେକ ଜୀବନ ଯାଉଛି। ଜିଲା ପ୍ରଶାସନ ମଧ୍ୟ ସକାଳ 8ରୁ ରାତି 8ଟା ପ୍ରଯନ୍ତ ଭାରିଜାନ ଉପରେ କଟକଣା ଲାଗାଇଛି।କିନ୍ତୁ କାର୍ଯ୍ୟକାରୀ ହେଉନାହିଁ।ଫଳରେ ମାସକୁ ଅନେକ ଜୀବନ ଯାଉଛି।ଆଜି ସନ୍ଧ୍ୟା ରେ ଆତମଳl ଗ୍ରାମର ନୃସିଂହ ସେଠୀ ନାମକ ଜଣେ ବ୍ୟକ୍ତି ସାଇକେଲ ରେ ଯିବi ସମୟରେ ବାଲି ବୋଝେଇ ଟ୍ରାକ୍ଟର ମାଡ଼ିଯାଇ ଥିଲା ଫଳରେ ତାଙ୍କର ଘଟଣା ସ୍ଥଳରେମୃତ୍ୟୁହୋଇଛି।ଏହାକୁ ନେଇ ଉତଜନ ଲାଗିରହିବା ସହ ସ୍ତାନିୟ ଲୋକେ ଟ୍ରାୟର ଜାଳି ରାସ୍ତା ଅବରୋଧ କରିଛନ୍ତି।ପୋଲିସ ଘଟଣା ସ୍ତଳରେ ପହଞ୍ଚି ଦୃଘଟଣା ଘଟାଇଥିବା ଟ୍ରାକ୍ଟର କୁ ଜବତ କରିବା ସହ ଅଭିଯୁକ୍ତ ଡ୍ରାଇଭର କୁ ଗିରଫ କରିଛି।ସୂଚନାଯୋଗ୍ୟ ଯେ ଗତ2 ମାସ ତଳେ ସମାନ ଜାଗାରେ ଦୃଘଟଣା ଘଟାଇ ଜଣକ ଜୀବନ ନେଇଥିଲା।

Body:AVO

Conclusion:AVO
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.