ଭୁବନେଶ୍ବର: ସାମୁଦ୍ରିକ ଝଡ ‘ଫନି’ ଫଣାରେ ଖିନଭିନ ହୋଇପଡିଥିବା ରାଜ୍ୟ ଏବେ ଏକ ଘଡିସନ୍ଧି ମୁହୁର୍ତ୍ତରେ ଗତି କରୁଥିବା ବେଳେ ରାଜ୍ୟକୁ ପୁଣିଥରେ ପୁନଃ ନିର୍ମାଣ ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟ ସମେତ ଅନେକ କର୍ପୋରେଟ ସଂସ୍ଥା ସହାୟତାର ହାତ ବଢାଉଛନ୍ତି ।
ଆଜି ପୁଣି ରାଜ୍ୟ ଆଇଏଏସ ସଂଘ ମଧ୍ୟ ସହାୟତା ଦେବାକୁ ଘୋଷଣା କରିଛି । ଆଇଏଏସ ସଂଘର ସୂଚନା ମୁତାବକ ସଂଘର ପ୍ରତି ସଦସ୍ୟ 10 ହଜାର ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଫନି ବିପନ୍ନଙ୍କ ସାହାଯ୍ୟ ପାଇଁ ଦାନ କରିବେ ।
ବ୍ଯୁରୋ ରିପୋର୍ଟ ଇଟିଭି ଭାରତ